Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ ସେମି ଫାଇନାଲରେ କେମିତି ରହିବ ଭାରତ ଓ ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶ ?

ମୁମ୍ବାଇ: ଖେଳାଳି ପ୍ରସ୍ତୁତ, ଷ୍ଟାଡିୟମ ପ୍ରସ୍ତୁତ। ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ୍ ମୁକାବିଲା। ଭାରତୀୟ ଦଳ ଦିନେ ଏବଂ ନ୍ୟୁଜିଲାଣ୍ଡ ଦଳ ଦୁଇ ଦିନ ମୁମ୍ବାଇରେ ଖୁବ୍ ଅଭ୍ୟାସ୍ କରିଛନ୍ତି। ସିଧାସଳଖ ଏବେ ଦୁଇ ଦଳ ମଧ୍ୟରେ ଖେଳାଯିବା ନକଆଉଟ୍ ମୁକାବିଲା। ଦୁଇ ଦଳ ମଧ୍ୟ ନିଜ ନିଜର ଚୂଡ଼ାନ୍ତ ଏକାଦଶକୁ ନେଇ ପ୍ରସ୍ତୁତ ଥିବେ। ଯଦିଓ ଦୁଇ ଦଳରେ କୌଣସି ପରିବର୍ତ୍ତନ ହୁଏ ତେବେ କେଉଁ ଖେଳାଳି ବାହାର ହେବେ ଏବଂ କାହାକୁ ମିଳିବ ସୁଯୋଗ।

ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟରେ ୯ଟି ଖେଳି ୯ଟି ମ୍ୟାଚ୍ ଜିତିଛି। ଅଧିନାୟକ ରୋହିତ ଶର୍ମା ଆବଶ୍ୟକ ପଡ଼ିଲେ ହିଁ ଦଳରେ ପରିବର୍ତ୍ତନ କରିଥିଲେ। ଗତ ଅନେକ ମ୍ୟାଚରେ ଦଳରେ ପରିବର୍ତ୍ତନ ହୋଇ ନାହିଁ। ତେଣୁ ସେମି ଫାଇନାଲରେ ବି ରୋହିତ ବାହିନୀ ବିନା କୌଣସି ପରିବର୍ତ୍ତନରେ ସମାନ ଚୂଡ଼ାନ୍ତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ। ବର୍ତ୍ତମାନ ଭାରତ ନିକଟରେ ୩ ଦ୍ରୁତ ବୋଲର ଓ ୨ ଜଣ ସ୍ପିନର ଅଛନ୍ତି। ଆବଶ୍ୟକ ପଡ଼ିଲେ ବିରାଟ କୋହଲି, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ କିଛି ଓଭର ବୋଲିଂ କରି ପାରିବେ।

ନ୍ୟୁଜିଲାଣ୍ଡ ଦଳକୁ ଲିଗ୍ ପର୍ଯ୍ୟାୟରେ କିଛି ଝଟକା ମଧ୍ୟ ଲାଗିଥିଲା। ଦଳ ଚାରୋଟି ମ୍ୟାଚ୍ ଲଗାତାର ହାରିଥିଲା। ଏଥିରୁ ଗୋଟିଏ ପରାଜୟ ଭାରତ ବିପକ୍ଷରେ ଥିଲା। ଏବେ ଦଳ ସନ୍ତୁଳିତ ନଜର ଆସୁଛି। ତେଣୁ ଅଧିନାୟକ କେନ ଓ୍ଵିଲିୟମସନ ଦଳରେ ପରିବର୍ତ୍ତନ କରିବାର ସମ୍ଭାବନା କମ ରହିଛି। ଯଦି ଦଳରେ କିଛି ପରିବର୍ତ୍ତନ ଘଟେ ତେବେ କାଇଲ ଜେମିସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ତେବେ ବାହାରେ କିଏ ବସିବ ଏହା ସବୁଠୁ ବଡ଼ ପ୍ରଶ୍ନ।

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ।

ନ୍ୟୁଜିଲାଣ୍ଡର ସମ୍ଭାବିତ ଏକାଦଶ
ଡେଭନ କନଓ୍ଵେ, ରଚିନ ରବିନ୍ଦ୍ର, କେନ ଓ୍ଵିଲିୟମସନ(ଅଧିନାୟକ), ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ଟମ୍ ଲାଥମ(ଓ୍ଵିକେଟ୍ କିପର), ମାର୍କ ଚମ୍ପନ, ମିଚେଲ୍ ସାଣ୍ଟନର, ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫର୍ଗ୍ୟୁସନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ