Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଚ୍ ପୂର୍ବରୁ ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ, ବଡ଼ ଧରଣର ଅଘଟଣ ଚେତାବନୀ ଦେଲା ସନ୍ଦିଗ୍ଧ

ମୁମ୍ବାଇ: କ୍ରିକେଟ୍ ବିଶ୍ଵକପର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ମାତ୍ର ମୁକାବିଲା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଧମକପୂର୍ଣ୍ଣ ମେସେଜ୍ ଆସିଛି।

ମୁମ୍ବାଇ ପୋଲିସକୁ ଏକ ଧମକଭରା ବାର୍ତ୍ତା ଆସିଛି, ଯେଉଁଥିରେ କୁହାଯାଇଛି ଯେ, ମ୍ୟାଚ୍ ସମୟରେ ବଡ଼ ଧରଣର ଅଘଟଣର ଚେତାବନୀ ଦିଆଯାଇଛି। ଜଣେ ସନ୍ଦିଗ୍ଧ ଏକ୍ସରେ ମେସେଜ୍ କରି ମୁମ୍ବାଇ ପୋଲିସ ଟ୍ୟାଗ୍ କରି ଧମକ ଦେଇଛି। ମାମଲାର ଗମ୍ଭୀରତାକୁ ଆଖି ଆଗରେ ରଖି ମୁମ୍ବାଇ ପୋଲିସ ଓ୍ଵାଙ୍ଖେଡ଼େ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ କଡ଼ା ନଜର ରଖିଛି।

ଧମକ ଦେଇଥିବା ସନ୍ଦିଗ୍ଧ ମୁମ୍ବାଇ ପୋଲିସକୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଟ୍ୟାଗ୍ କରି ମେସେଜ୍ କରିଛି। ଏଥିରେ ଏକ ଫଟୋରେ ଗନ, ହ୍ୟାଣ୍ଡ ଗ୍ରେନେଡ ଓ ଗୁଳି ଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ମ୍ୟାଚ୍ ସମୟରେ ନିଆଁ ଲଗାଇଦେବାର ଫଟୋ ମଧ୍ୟ ଅପଲୋଡ୍ କରାଯାଇଛି।

ମୁମ୍ବାଇ ପୋଲିସ କହିଛି, ଏକ୍ସରେ ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ ମିଳିଛି। ତେଣୁ ଓ୍ଵାଙ୍ଖେଡ଼େ ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି। ମ୍ୟଚର ସୁରକ୍ଷା ଉପରେ ନଜର ପକାଇଲେ ୭ ପୋଲିସ କମିଶନର, ୨୦୦ ଅଧିକାରୀ ଓ ୭୦୦ ପୋଲିସ କର୍ମଚାରୀଙ୍କୁ ଷ୍ଟାଡିୟମରେ ମୁତୟନ କରାଯାଇଛି। ଷ୍ଟାଡିୟମର ସମସ୍ତ ଗେଟ୍ ସାମ୍ନାରେ ପାର୍କିଂ ଉପରେ କଟକଣା ଲଗାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ