Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମି ଫାଇନାଲରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଏମିତି ରହିଛି ଦୁଇ ଦଳର ଚୂଡ଼ାନ୍ତ ଏକାଦଶ

ମୁମ୍ବାଇ: ଖେଳାଳି ପ୍ରସ୍ତୁତ, ଷ୍ଟାଡିୟମ ପ୍ରସ୍ତୁତ। ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ୍ ମୁକାବିଲା। ଭାରତୀୟ ଦଳ ଦିନେ ଏବଂ ନ୍ୟୁଜିଲାଣ୍ଡ ଦଳ ଦୁଇ ଦିନ ମୁମ୍ବାଇରେ ଖୁବ୍ ଅଭ୍ୟାସ୍ କରିଛନ୍ତି। ସିଧାସଳଖ ଏବେ ଦୁଇ ଦଳ ମଧ୍ୟରେ ଖେଳାଯିବା ନକଆଉଟ୍ ମୁକାବିଲା। ଦୁଇ ଦଳ ମଧ୍ୟ ନିଜ ନିଜର ଚୂଡ଼ାନ୍ତ ଏକାଦଶକୁ ନେଇ ପ୍ରସ୍ତୁତ। ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରୋହିତ ଶର୍ମା କହିଛନ୍ତି, ଟସ୍ ଜିତି ଆମେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛୁ। ପିଚ୍ ଭଲ ଦେଖା ଯାଉଛି। ପରିସ୍ଥିତି ଅନୁସାରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ। ୨୦୧୯ର ସେମି ଫାଇନାଲ୍ ପରେ ଏବେ ପୁଣି ଥରେ ବିଶ୍ଵକପ୍ ୨୦୨୩ରେ ଦୁଇ ଦଳ ସେମିରେ ମୁହାଁମୁହିଁ ହେଉଛୁ। ନ୍ୟୁଜିଲାଣ୍ଡ ଦଳ ନିରନ୍ତର ପ୍ରଦର୍ଶନ କରି ଆସୁଛି। ଆମେ ଅତୀତକୁ ଭୁଲି ବର୍ତ୍ତମାନ ଉପରେ ଫୋକସ୍ କରିଛୁ। ଆଜିର ମ୍ୟାଚ୍ ଆମ ପାଇଁ ବହୁତ ବଡ଼ ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ରୋହିତ ଶର୍ମା କହିଛନ୍ତି।

ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ସୂର‌୍ୟ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ।

ନ୍ୟୁଜିଲାଣ୍ଡ ଦଳ
ଡେଭନ କନଓ୍ଵେ, ରଚିନ ରବିନ୍ଦ୍ର, କେନ ଓ୍ଵିଲିୟମସନ(ଅଧିନାୟକ), ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ଟମ୍ ଲାଥମ(ଓ୍ଵିକେଟ୍ କିପର), ମାର୍କ ଚମ୍ପନ, ମିଚେଲ୍ ସାଣ୍ଟନର, ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫର୍ଗ୍ୟୁସନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ