Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ପୁଣି କୃଷକ ଆତ୍ମହତ୍ୟା; ସହି ହେଲାନି ଫସଲହାନୀ, ବିଷ ପିଇ ଜୀବନ ହାରିଲେ ଚାଷୀ

ବଲାଙ୍ଗୀର: ଫସଲହାନି ସହି ନପାରି ଜୀବନ ହାରିଲେ ଚାଷୀ। ବଲାଙ୍ଗୀର ଜିଲ୍ଲାରେ ପୁଇଁନ୍ତଳା ଥାନା ଅନ୍ତର୍ଗତ ବୁବେଳ ଗ୍ରାମରେ ଚାଷୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଗତକାଲି ବିଲରେ ବିଷ ପିଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ଚଳିତ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟା। ଖବର ଲେଖାଯିବା ସୁଦ୍ଧା କୃଷି ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ସୂଚନା ଅନୁଯାୟୀ, ଚାଷ କରିଥିବା ୧୦ରୁ ୫ ଏକରରେ ଚକଡ଼ା ପୋକ ମାଡ଼ି ଯାଇଥିଲା। ଧାନ ଫସଲର ପୋକ ଲାଗି ଫସଲ ନଷ୍ଟ ହେବା ଯୋଗୁଁ ଗତକାଲି ବିଲରେ ବିଷ ପିଇଥିଲେ ଚାଷୀ ରମେଶ ଭୋଇ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ରମେଶ ଧାର କରଜ ଆଣି ଚାଷ କରିଥିବା ବେଳେ ଫସଲ ନଷ୍ଟ ହୋଇଯିବା କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ