Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଉତ୍କଳ ଦିବସ; ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ

ଭୁବନେଶ୍ବର: ଆଜି ଉତ୍କଳ ଦିବସ। ୧ ଏପ୍ରିଲ୍ ୧୯୩୬ରେ ଓଡ଼ିଶାକୁ ଏକ ପୃଥକ ରାଜ୍ୟର ମାନ୍ୟତା ମିଳିଥିଲା। ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ।

ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତାକୁ ଏହା ଭିତରେ ୮୭ ବର୍ଷ ପୂରିଛି। ଆଜି ରାଜ୍ୟରେ ପାଳନ ହେଉଛି ୮୮ ତମ ଉତ୍କଳ ଦିବସ। ଆଜି ଦିନରେ ଓଡ଼ିଶାକୁ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ମାନ୍ୟତା ମିଳିଥିଲା। ସେଥିପାଇଁ ଏହିଦିନକୁ ଉତ୍କଳ ଦିବସ ଭାବେ ପାଳନ କରା ହୋଇଆସୁଛି।

ଆଜିର ଦିନକୁ ସମଗ୍ର ରାଜ୍ୟ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଆସୁଛି। ରାଜ୍ୟ ସ୍ତରୀୟ ବୈଠକ ଏବଂ କାର୍ଯ୍ୟକ୍ରମ ସହିତ ରାଜ୍ୟ ସରକାର ଏହି ଦିନକୁ ଏକ ବଡ ଉତ୍ସବ ଭାବେ ପାଳନ କରୁଥିବାବେଳେ ପୃଥକ ରାଜ୍ୟ ଗଠନ ପାଇଁ ବହୁ ଅବଦାନ ଦେଇଥିବା ମାଟିର ମହାନ ପୁତ୍ରମାନଙ୍କୁ ସମ୍ମାନିତ କରାଯାଉଛି।

ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ଲାଗି ଏକ ସଂଗଠନ ଗଠନ କରାଯାଇଥିଲା। ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏହି ସଂଗଠନ ପ୍ରତିଷ୍ଠା କରିଥିଲେ। ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ତିନି ଦଶନ୍ଧି ଧରି ଲାଗିରହିଥିଲା ବିପ୍ଳବ । ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଶାର ବୀରପୁତ୍ର ମାନଙ୍କୁ ମନେ ପକାଉଛନ୍ତି ସମଗ୍ର ରାଜ୍ୟବାସୀ। ଏହାର ସମ୍ମାନାର୍ଥେ ଓଡିଶା ରାଜ୍ୟ ଗଠନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ।

ଗୋପାବନ୍ଧୁ ଦାସ, ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ରାଧନାଥ ରାୟ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଓଡ଼ିଶାର ବୀରପୂତ୍ରମାନେ ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ।



ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ