ଉଧାରୀ ଟଙ୍କା ଫେରେବାକୁ ଡାକି ପେଟ୍ରୋଲ ଢ଼ାଳି ପୁଡ଼େଇଦେଲେ ମୁମୁର୍ଷ ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି : ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁୁୁୁ ବୁର୍ଲାକୁ ସ୍ଥାନାନ୍ତର


ଭବାନୀପାଟଣା, ୧୬/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଗତ କାଳି ସନ୍ଧ୍ୟାରେ ଉଧାରୀ ଟଙ୍କା ଦେବାକୁ ଡାକି ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ଢ଼ାଳି ପୁଡ଼େଇଦେଲେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ , ଭବାନୀପାଟଣା ସହରର କଶାକେନ୍ଦୁ ଛକ ନିକଟସ୍ଥ ଡିଜେଲ ଟ୍ୟାଙ୍କ ପଛପଟେ ଏକ ଘର ଭଡ଼ା ନେଇ ରଞ୍ଜନ ପାଢ଼ୀ ରହନ୍ତି । ସେ ପ୍ରାୟ ୨ ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କୁ ଉଧାର ଦେଇଥିଲେ। ବାରମ୍ବାର ଟଙ୍କା ଫେରସ୍ତ ମାଗିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଶୁଣୁ ନଥିଲେ। ତେବେ ଟଙ୍କା ଫେରସ୍ତ କରିବା ପାଇଁ ରଞ୍ଜନଙ୍କୁ ଉଧାରୀ ନେଇଥିବା ବ୍ୟକ୍ତି ଡାକିଥିଲେ । ରଞ୍ଜନ ପହଞ୍ଜିବା ପରେ ତାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ମୁମୂର୍ଷୁ ଅବସ୍ଥାରେ ରଞ୍ଜନଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଥାନାରେ ଏତଲା ଦିଆଯାଇ ନଥିଲା। ସେ ଗୁରୁତ୍ୱର ଅବସ୍ଥାରେ ଥିବାବେଳେ ତାଙ୍କୁ ବୁର୍ଲା କୁ ସ୍ଥାନାନ୍ତରା
କରାଯାଇଛି।