Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବରରେ ମା ଶ୍ୟାମାକାଳୀ ଲଟେରୀ ଧମାକା, 100 ଟଙ୍କାରେ ମୋଟରସାଇକେଲ ଜିତିଲେ ସୁନିତା

ବେଲଗୁଣ୍ଠା, 17/11, ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ଵରେ ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ଦ୍ୱାରା ଅନୁଷ୍ଠିତ ମାଆ ଶ୍ୟାମାକାଳୀଙ୍କ ପୂଜା ଅବସରରେ ଆୟୋଜିତ ଲଟେରୀ ଧମାକା କାର୍ଯ୍ୟକ୍ରମର ଆଜି ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବେଲଗୁଣ୍ଠା ବ୍ଳକ୍ ଶାସନ ଗ୍ରାମର ସୁନିତା ଗୌଡ଼ ପ୍ରଥମ ସ୍ଥାନ ହାସଲ କରି ମୋଟରସାଇକେଲ୍ ଜିତିବାରେ ସକ୍ଷମ ହୋଇଛନ୍ତି I ଏହା ସହିତ ଦ୍ୱିତୀୟ ସ୍ଥାନରେ ବ୍ରହ୍ମପୁରର ରାଜୀବ୍ ମୂରାକ୍ ଫ୍ରିଜ୍,ତୃତୀୟ ସ୍ଥାନରେ ଡିମ୍ବିରିପଲ୍ଲୀର ସତ୍ୟଜିତ୍ ମାଝୀ ଏଲ୍ଇଡି ଟିଭି,ଚତୁର୍ଥ ସ୍ଥାନରେ ବଡ଼ପଡ଼ାର ନାରାୟଣ ଖୁଣ୍ଟିଆ ମ୍ଯୁଜିକ୍ ସିଷ୍ଟମ୍,ପଞ୍ଚମ ସ୍ଥାନରେ ଗୁଣ୍ଠପଲ୍ଲବାର ଉତ୍ତମ କୁମାର ରାଉତ ପଙ୍ଖା, କୁମୁଣ୍ଡିର ବିକାଶ କୁମାର ବିଷୋୟୀ ଗ୍ରାଇଣ୍ଡର୍, ବାରଟାର ମନୁ ରାଉତ ୱାସିଂ ମେସିନ୍,କଟକର ଅଶୋକ କୁମାର ପଟ୍ଟନାୟକ ସାଇକେଲ୍ ଙ୍କ ସମେତ ବହୁ ବ୍ୟକ୍ତି ସାନ୍ତ୍ଵନାମୂଳକ ପୁରସ୍କାର ଜିତିଛନ୍ତି I ପ୍ରକାଶ ଥାଉକି ଚଳିତ ବର୍ଷ ଗୋବରାରେ ମାଆ ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲଟେରୀ ଧମାକା କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଏଥିରେ ପ୍ରତି ଟିକେଟ୍ ର ମୂଲ୍ୟ ମାତ୍ର ଏକ ଶହ ଟଙ୍କା ଧାର୍ଯ୍ୟ କରାଯାଇଥିଲା I ଏହି ଲଟେରୀ ଧମାକାରେ ପାଖାପାଖି 4500ଟି ଟିକେଟ୍ ବିକ୍ରୟ କରାଯାଇଥିଲା ବେଳେ 180 ଜଣଙ୍କୁ ପୁରସ୍କୃତ କରାଯାଇଥିଲା I ଆଜିର ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ସହଯୋଗ କରିଥିଲେ I ପ୍ରକାଶ ଥାଉକି ଗତ ଶନିବାର ଠାରୁ ଗୋବରାରେ ମାଆ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜା ମଣ୍ଡପ ନିକଟରେ ପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି I ପୂଜାର ତୃତୀୟ ଦିନ ପର୍ଯ୍ୟନ୍ତ ପୂଜା କମିଟି ପକ୍ଷରୁ କାନିକା ଭୋଗ, କାକରା, କ୍ଷୀରି ବଣ୍ଟନ କରାଯାଇଥିବା ବେଳେ ଚତୁର୍ଥ ଦିନରେ ମାଆ ବୁଢ଼ାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ପକ୍ଷରୁ କାନିକା,କାକରା,କ୍ଷୀରି ବଣ୍ଟନ କରାଯିବା ସହିତ ମାଧବରିଡ଼ା ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା I ପୂଜାର ପଞ୍ଚମ ଦିନରେ ଲକ୍ଷ୍ମୀ ନାରାୟଣ ବଣିକ ସଂଘ ତରଫରୁ ସୁଜି ହାଲୁଆ ବଣ୍ଟନ କରାଯିବା ସହିତ ଏବଂ ଅରବିନ୍ଦଶିକ୍ଷା ନିକେତନ କୁନି ପିଲା ମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା I ଷଷ୍ଠ ଦିନରେ ଫିଟନେ ସ୍ ଜିମ୍ ତରଫରୁ କାନିକା ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଦୃଷ୍ଟିହୀନ କଳାକାରଙ୍କ ଭକ୍ତି ସଙ୍ଗୀତ ପରିବେଷଣ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲା I ମାଆଙ୍କ ପୂଜା ଦେଖିବା ପାଇଁ ପ୍ରତି ସନ୍ଧ୍ୟାରେ ଗୋବରା ମୁଖ୍ୟ ସଡ଼କରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି I ଆସନ୍ତା ରବିବାର ସନ୍ଧ୍ୟାରେ ମାଆଙ୍କ ଭସାଣୀ କାର୍ଯ୍ୟକ୍ରମ ରହିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ