Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

କୁଚିଣ୍ଡା(କେଶାଇବାହାଲ): ବାସୁଦେବ ଗୋଦାବରୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ଓ ବୌଦ୍ଧିକ ବିକାଶ ହେଲେ ଜଣେ ଉତ୍ତମ ନାଗରିକ ହେବାରେ ବେଶ ସହାୟକ ବୋଲି ମତ ରଖିଥିଲେ । ଖେଳ ସଂଯୋଜକ ଅଧ୍ୟାପକ ମନୋଜ ପଟେଲ ଙ୍କ ସଂଯୋଜନାରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସମ୍ମାନିତ ଅତିଥ୍ୟ ଭାବେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ହରେଶ କୁମାର ସାହୁ, ସାଂସ୍କୃତିକ ସଂଯୋଜକ ନମିତା ନାଏକ, ସାମାଜିକ କାର୍ଯ୍ୟ ସଂଯୋଜକ ଅଧ୍ୟାପକ ବିନୋଦ ବିହାରୀ ପୃଷେଠ ବରିଷ୍ଠ ଅଧ୍ୟାପିକା ମନୋରମା ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ପାଖାପାଖୁ ଏକ ମାସ ଧରି ଛାତ୍ରଛାତ୍ରୀ ମାନେ ଏହି ବିକାଶ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜ ନିଜର ସାମର୍ଥ୍ୟ ପ୍ରତିପାଦିତ କରିବେ । ପ୍ରଥମ ଦିନରେ ଉଭୟ ଛାତ୍ରଛାତ୍ରୀଙ୍କ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଖେଳ ଶିକ୍ଷକ ମନୋଜ ପଟେଲ, ଅଧ୍ୟାପକ ପ୍ରକାଶ ପଟେଲ, ଆଲୋକ ପଟେଲ, ଦିନେଶ୍ ପଟେଲ, ନରେନ୍ଦ୍ର ନାଏକ, ଅଶୋକ ଭାଇସା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ l ଦିତୀୟ ପର୍ଯ୍ୟାୟରେ ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ, କ୍ୟାରେମ, ପ୍ରତିଯୋଗିତା ସହ ତର୍କ ପ୍ରତିଯୋଗିତା, ନୃତ୍ୟ, ସଙ୍ଗୀତ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଯୋଜକ ହରେଶ କୁମାର ସାହୁ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶରେ ଡିଗ୍ରୀ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥ‌ିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।