Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆସାମ ତ୍ରିପୁରାରେ କାର୍ଯ୍ୟରତ ଓଡ଼ିଆ ଯବାନ କଳାହାଣ୍ଡିର ଈଶ୍ୱର ଦୋରା ସହିଦ

ଭବାନୀପାଟଣା, ୧୭/୧୧ (ଜଗନ୍ନଥ୍ ନାଏକ) : ଆସାମ ତ୍ରିପୁରାରେ କାର୍ଯ୍ୟରତ ଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ମୃତକ ହେଲେ କଳାହାଣ୍ଡି କେସିଙ୍ଗାର ବ୍ଲକ ବେଲଖଣ୍ଡିର ଈଶ୍ୱର ଦୋରା । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର। ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ। ସେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ବିଏସଏଫ କାର୍ଯ୍ୟରତ ଥିବା ବେଳେ ରାଜସ୍ତାନରେ ବର୍ତ୍ତମାନ ନିଯୁକ୍ତ ହୋଇ ତ୍ରିପୁରାକୁ ଡେପୁଟେସନରେ ଯାଇଥିଲେ। ସେଠାରେ ଆଜି କାର୍ଯ୍ୟରତ ଥିବା ସମସ୍ୟାରେ ଗାଡି ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ଏହି ଖବର ପ୍ରଚାର ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।