Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ଜମି ଯୋଜନାର ସ୍ୱତନ୍ତ୍ର ପଲିସଭା

ସେମିଳିଗୁଡା : ତା: ୧୭/୧୧/୨୩: କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ ଆଦିବାସୀ ବିଭାଗ ତରଫରୁ ଜଙ୍ଗଲ ଅଧିକାର ଆଇନ ର ମୋ ଜଙ୍ଗଲ ଜମି ଯୋଜନାର ସ୍ୱତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁବାଈ ପଞ୍ଚାୟତ ସରପଞ୍ଚ ହେମଲତା ପାଙ୍ଗି ସଭାପତିତ୍ବ କରିଥିଲେ ଓ ସେମିଲିଗୁଡା ତହସିଲ ରୁ ଜଙ୍ଗଲ ଅଧିକାର ଆଇନ ର ସଂଯୋଜକ ଅଜୟ କୁମାର ଦଳେଇ,ପଂଚାୟତ ନିର୍ବାହ ଅଧିକାରୀ ଅନିତା ଦାସ, ସମିତି ସଭ୍ୟ, ପେସା ସଂଯୋଜକ ପ୍ରମୋଦ ଖିଲ, ସି ଏସ ଏନ ଆର ସଂଯୋଜକ ସଦେବ ବାଘ, ଏପି ଏସ ସଂଯୋଜକ ମୋହନ ଜାନୀ ଉପସ୍ଥିତ ଥିଲେ ।ଉକ୍ତ ସଭାରେ ପଂଚାୟତର ସବୁ ଗ୍ରାମରୁ ଜଙ୍ଗଲ ଅଧିକାର କମିଟି ସହ ସମସ୍ତ ଲୋକ ଯୋଗ ଦେଇଥିଲେ ଓ ଗ୍ରାମର ୱାର୍ଡ ସଭ୍ୟ ମାନେ ଉପସ୍ଥିତ ରହିଥିଲେ I ଏଥିରେ ମୁଖ୍ୟତଃ ସରକାରଙ୍କ ମୋ ଜଙ୍ଗଲ ଜମି ଆଇନ ଅନୁସାରେ ବ୍ୟକ୍ତିଗତ ଅଧିକାର , ଗୋଷ୍ଠିଗତ ଅଧିକାର , ଓ ଗୋଷ୍ଠି ସମ୍ବଳ ଅଧିକାର ଆବେଦନ କରିବା ସହ ଯୁଗ୍ମ ଯାଞ୍ଚ କରିବା ପାଇଁ ନୋଟିସ କରାଗଲା ।ଆଗାମୀ ଦିନରେ ଯୁଗ୍ମ ଯାଞ୍ଚ ସହ ଉପଖଣ୍ଡ ସ୍ତରୀୟ କମିଟିକୁ ଦାବି ଗୁଡିକ ପ୍ରେରଣ ପାଇଁ ନିଷ୍ପତ୍ତି ନିଆଗଲା ।ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ଓ ଜଙ୍ଗଲ ଅଧିକାର ଆଇନର ସେମିଲିଗୁଡା ତହସିଲ ରୁ ଆସିଥିବା ସଂଯୋଜକ ଅଜୟ କୁମାର ଦଳେଇ ପରିଚାଳନା କରିଥିଲେ I
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ