Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ସ୍ଥାୟୀପଟ୍ଟା ନିମନ୍ତେ ରାଜସ୍ବ ବିଭାଗ ଅଧିକାରୀଙ୍କ ସହ ଆଲୋଚନା,ସର୍ବସାଧରଣଙ୍କୁ ଉଚିତ ନ୍ୟାୟ ଦେବାସହ ବନ୍ଦୋବସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ

ଚିପିଲିମା,(ବୁର୍ଲା)ବୁର୍ଲାର ସ୍ଥାୟୀ ପଟ୍ଟା ନିମନ୍ତେ ବୁର୍ଲାସ୍ଥିତ ପୁରାତନ ବିଜ୍ଞାପିତ କାର୍ଯ୍ୟାଳୟ ଠାରେ ବୁର୍ଲା ବି ଜେ ଡ଼ି ର କର୍ମକର୍ତ୍ତା ମାନେ ଓଡିଶା ସରକାରଙ୍କର ଡାଇରେକଟର ଲେଣ୍ଡ ରେକର୍ଡ ସର୍ଭେ ବୋର୍ଡ ଅଫ ରେଭେନ୍ୟୁ ଅଧିକାରୀ ଶ୍ରୀ ବିଜୟ କୁମାର ଖଣ୍ଡାୟତ ରାୟ. ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ବନ୍ଦୋବସ୍ତ ଅଧିକାରୀ ଶ୍ରୀମତୀ ଶର୍ମିଷ୍ଠା ନାୟକ ଓ ନୋଡାଲ ଅଧିକାରୀ ଶ୍ରୀ ଶିବପ୍ରସାଦ ବିଶ୍ୱାଳଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ ସହ ନୂତନ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ସହ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ Iଏହି କାର୍ଯ୍ୟକ୍ରମ ନିରପେକ୍ଷ ସ୍ୱଚ୍ଛତା ଏବଂ ବିନା କୌଣସି ବ୍ୟକ୍ତି ବିଶେଷଙ୍କ ଚାପରେ ବଶବର୍ତ୍ତୀ ନ ହୋଇ ସୁଚାରୁ ରୂପେ ସର୍ବସାଧାରଣଙ୍କୁ ଉଚିତ ନ୍ୟାୟ ଦେବାପାଇଁ ଅନୁରୋଧ କରିଥିଲେI ତତସହିତ ଏହି ବନ୍ଦୋବସ୍ତ କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରିଥିଲେ Iଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସମ୍ବଲପୁର ଜିଲ୍ଲା ଉପସଭାପତି ଶ୍ରୀ ଦେବାଶିଷ ନନ୍ଦ, ଅଶୋକ ମହାକୁଡ଼, ସମ୍ପାଦକ ତରଣୀସେନ ଚାନ୍ଦ, ଜୋନ ଯୁବ ସାଧାରଣ ସମ୍ପାଦକ ରମାକାନ୍ତ ସାହୁ. ଯୁବ ବିଜେଡି ନେତା ସୂର୍ଯ୍ୟକାନ୍ତ ସ୍ୱାଇଁ. ରାମେଶ୍ୱର ସିଂ. କୁନମୁନ ମହାନ୍ତି. ରିଙ୍କୁ ମାଝୀ, ଦେବଜ୍ୟୋତି ଦାନୀ, ଶିବଶଙ୍କର ପ୍ରଧାନ, ମହମ୍ମଦ ସୋଏବ, ଅଭିମନ୍ୟୁ ରାଉତ, ଜୀତୁ ଲାମା, ପ୍ରମୁଖ ସାକ୍ଷାତ ଆଲୋଚନାରେ ଭାଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ