Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣରେ ମହିଳା ମୃତ: କୁଚିଣ୍ଡା ଅଞ୍ଚଳରେ ଆତଙ୍କ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ। ହାତୀ ଆକ୍ରମଣରେ ସଇଡ଼ା ଗ୍ରାମର ଜଣେ ମହିଳାଙ୍କର କରୁଣ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସହ ତୀବ୍ର ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ଗତକାଲିଠାରୁ ଏହି ୬ ଟିକିଆ ହାତୀପଲ କୁଚିଣ୍ଡା ସହର ସମେତ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ଘୂରି ବୁଲୁଛନ୍ତି। ଆଜି ସକାଳେ ସଇଡ଼ା ଗ୍ରାମର ଅଞ୍ଜଳି କୁସୁମ ନାମ୍ନୀ ଜଣେ ମହିଳା ଶୌଚ ପାଇଁ ନିକଟସ୍ଥ ନାଳ ନିକଟକୁ ଯାଇଥିବା ବେଳେ ହଠାତ୍ ହାତୀପଲଙ୍କ ସାମ୍ନାରେ ପଡ଼ିଯାଇଥିଲେ। କିଛି ବୁଝିବା ପୂର୍ବରୁ ହାତୀପଲ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଖବର ପାଇ ବନ ବିଭାଗ ଅଧିକାରୀ ଓ କୁଚିଣ୍ଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ଅଞ୍ଚଳରେ ଏବେ ମଧ୍ୟ ହାତୀପଲ ସକ୍ରିୟ ରହିଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ତୁରନ୍ତ ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖି ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ସହ ସ୍ଥାନୀୟ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories