ଭବାନୀପାଟଣା, ୧୮/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବସନ୍ତାପଡ଼ା ପଞ୍ଚାୟତ ରେ ରହିଛି କଂସାରୀ ଗାଁ l ଏହି ଗା ର ଆଦିବାସୀ ପଡା ରେ ରହୁଥିଲେ ରାଜେଶ ମାଝୀ ସ୍ତ୍ରୀ ମାଳତି ମାଝୀ ଓ ୫ ଶିଶୁ l ରାଜେଶ ୧୫ ବର୍ଷ ତଳେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଶିବ ପଦର ପଞ୍ଚାୟତ ପାଣିମୁଣ୍ଡା ଗାଁ ର ମାଳତୀ ଙ୍କୁ ବାହା ହୋଇଥିଲେ l ତାଙ୍କର ପରିବାର ଖୁବ ହସ ଖୁସି ରେ ରହୁଥିଲେ l ବିବାହ ପରେ ଚାରି ଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ l ବଡ଼ଝିଅ ଲଷ୍ମୀପ୍ରିୟା ମାଝୀ ୧0 ଦ୍ୱିତୀୟ ଝିଅ ସନ୍ଧ୍ୟାରାଣୀ ମାଝୀ ୯ , ତୃତୀୟ ଝିଅ ବିଜୟଲଷ୍ମୀ ୪ , ଚତୁର୍ଥ ଝିଅ ସରୋଜିନୀ ମାଝୀ ୩ ଓ ପୁଅ ଅମିତ ମାଝୀ ଦେଢ଼ ବର୍ଷ ଙ୍କୁ ନେଇ ବେଶ ହସ ଖୁସିରେ ପରିବାର ଚାଲୁଥିଲା l ରାଜେଶ ଗାଁ ପାଖରେ ଥିବା ଏକ କମ୍ପାନୀ ରେ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ l ହେଲେ ଦଶରା ଛୁଟିପରେ ସେ ଠିକ ରେ କାମ କୁ ନ ଯାଇ ମଦ ପି ସର୍ବଦା ସ୍ତ୍ରୀ ଙ୍କୁ ହଇରାଣ କରୁଥିଲେ l ହେଲେ ଝଗଡା ରେ ଉତ୍ୟକ୍ତ ହୋଇ ରାଜେଶ ନିଜର ସ୍ତ୍ରୀ ମାଳତୀ ଙ୍କୁ ଏକ ବାଡ଼ି ରେ ଗୋଡେଇ ଗୋଡେଇ ମାରିଥିଲେ l ପରେ ମାଳତୀ ଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ରେ ଆଡମିଟ କରିଥିଲେ l ହସ୍ପିଟାଲ ରେ ହିଁ ମାଳତୀଙ୍କ ଦେହାନ୍ତ ହୋଇଥିଲା l ମାଳତୀ ଙ୍କ ପରିବାର ଙ୍କ ଅଭିଯୋଗ କ୍ରମେ ଲାଞ୍ଜିଗଡ଼ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚଳାନ କରିଥିଲେ l ମା ଙ୍କ ଦେହାନ୍ତ ଓ ପିତା ଥାନାରେ ରହିବାପରେ ୫ ଶିଶୁ ଦେଖୁ ଦେଖୁ ଅନାଥ ହୋଇଗଲେ l ସେମାନଙ୍କ ନିଜର ବୋଲି ଅଜା, ଆଇ କିମ୍ବା କୌଣସି ସମ୍ପର୍କୀୟ ନାହାନ୍ତି l ସେମାନେ କିପରି ରହିବେ, କେଉଠି ରହିବେ ଆଗକୁ କଣ କରିବେ ଏହିପରି ଅନେକ ପ୍ରଶ୍ନ ନେଇ ରହୁଥିଲେ l ଏହି ସମସ୍ୟା ବିଷୟରେ ଖୁସି ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀ ଯଶୋବନ୍ତ ରଣା କୌଣସି ସୂତ୍ର ରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ର ଙ୍କୁ ଜଣେଇ ସେମାନଂକୁ ଥଇଥାନ ସହ ଉଚ୍ଚ ଶିକ୍ଷା ପାଇଁ ନିବେଦନ କରିଥିଲେ l ଡିସିପିଉ ଶ୍ରୀ ମହାପାତ୍ର ଙ୍କ ନିର୍ଦେଶ ରେ ସୁଧାଂଶୁ ମହାପାତ୍ର ଓ ରାଜଶ୍ରୀ ମେମ ଛୁଆ ମାନଙ୍କ ନିକଟକୁ କୁ ଯାଇ ଘଟଣା ସମ୍ପର୍କ ରେ ଛୁଆ ଓ ସାଇ ପଡିସା ଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ l ଗତକାଲି ଛୁଆ ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ରେ ହାଜର କରି ସେମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ସେମାନଙ୍କୁ ନିକଟସ୍ଥ ନେହେରୁ ସେବା ସଂଗଠନ ରେ ରଖି ଉଚ୍ଚ ଶିକ୍ଷା ଦେବାପାଇଁ ନିଷ୍ପତି ହେଲା l ୫ ଜଣ ଛୁଆ ଆଶ୍ରମ ରେ ରହି ପାଠ ପଢିବା ସହ ସେଠାରେ ରହିବେ l ସେମାନଙ୍କ ସମସ୍ତ ପ୍ରକାର ରହିବା, ଖାଇବା, ପଢିବା ସରକାର ବହନ କରିବେ l ଖୁସି ଚାରିଟେବୁଲ ଟ୍ରଷ୍ଟ ର ସହଯୋଗ ପରେ ଛୁଆମାନେ ଆଶ୍ରମ ରେ ରହିବା ନେଇ ଜାଣିବା ପରେ ବଡ ଝିଅ ଲଷ୍ମୀପ୍ରିୟା ବେଶ ଖୁସି ହୋଇଥିଲେ l ଖୁସି ଚାରିଟେବୁଲ ଟ୍ରଷ୍ଟ ସଂଗଠନ ର ଏହିପରି କାର୍ଯ୍ୟ କୁ ସାଧାରଣ ରେ ବେଶ ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ