Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳରେ କୋସଲ ମହବନ୍ଧ ସଫଳ

ଖଡ଼ିଆଳ : ସ୍ଵତନ୍ତ୍ର କୋସଲ ରାଜ୍ୟ ଦାବିରେ ମିଳିତ କୋସଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆ ଯାଇଥିବା ପଶ୍ଚିମ ଓଡ଼ିଶା ବନ୍ଦ ଡାକରାକୁ ନୂଆପଡ଼ା ଜିଲାରେ ଖଡ଼ିଆଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଇଛି। ନୂଆପଡ଼ା ଜିଲା ଦଳିତ ଅଧିକାର ମଞ୍ଚ, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଆଦି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆଜି ସକାଳୁ ଆନ୍ଦୋଳକାରୀମାନେ ଯାନବାହାନ ଚଳାଚଳ ବନ୍ଦ କରିବା ସହ ନାରାବାଜି କରିଛନ୍ତି। ଦୋକାନ ବଜାର ବନ୍ଦ ରଖିବା ସହ ଚାରିଚକିଆ ଓ ଭାରିଯାନ ଯାତାୟାତ ବନ୍ଦ କରାଯାଉଛି। ପେକେଟିଂ କରି ସ୍କୁଲ କଲେଜ ଓ ସରକାରୀ ଅଫିସ ବନ୍ଦ କରାଯାଇଛି। ସ୍ଵତନ୍ତ୍ର ଓଡ଼ିଶା ଗଠନ ହେବା ପର ଠାରୁ ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରୋଜଗାର, କୃଷି ପ୍ରତି କ୍ଷେତ୍ରରେ ସରକାର ପାତର ଅନ୍ତର କରୁଛନ୍ତି ବୋଲି ସେମାନେ କହିବା ସହ ସ୍ଵତନ୍ତ୍ର କୋସଲ ରାଜ୍ୟ ଏ ଅଞ୍ଚଳର ବିକାଶ କରି ପାରିବ ବୋଲି ମତ ପ୍ରକାଶ ପାଇଛି। ଏହି ଆନ୍ଦୋଳନରେ ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି,ପଶ୍ଚିମ ଓଡିଶା ଯୁବା ମଞ୍ଚର ଆବାହକ ଅନୀଲ କୁମାର ମେହେର , କୋଶଲ ପ୍ରେମୀ ଗୋପାଳ ଚନ୍ଦ୍ର ଦାଶ, ସୁରେନ ଶର୍ମା, ଚନ୍ଦନ ସାହୁ ,ହେମନ୍ତ ଜଗତ ସମେତ ଶତାଧିକ କୋଶଲ ପ୍ରେମୀ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ