Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳ ବ୍ଲକ ଯାଦବ ସମାଜ ତରଫରୁ ଯାଦବ ଶୋର୍ଯ୍ୟ ଦିବସ ପାଳିତ

ଖଡ଼ିଆଳ : ଖଡିଆଳ ବ୍ଲକ ଯାଦବ ସମାଜ ସଭାପତି କୀର୍ତ୍ତନ ପୋଡଙ୍କ ସଭାପତିତ୍ୱରେ ଭୋଜପୁର ସ୍ଥିତ ବ୍ଲକ ଯାଦବ ଭବନ ଠାରେ ଯାଦବ ଶୌର୍ଯ୍ୟ ଦିବସ ପାଲନ କରାଯାଇଛି । ୧୯୬୨ ମସିହା ନଭେମ୍ବର ୧୮ତାରିଖ ଦିନ ଭାରତ ଓ ଚିନ ମଧ୍ଯରେ ହୋଇଥିବା ଯୁଦ୍ଧ ଅବସରରେ ଭାରତରୁ ୧୨୪ ଜଣ ଯବାନ ସାମିଲ ହୋଇଥିଲେ ସେମାନଙ୍କ ମଧ୍ଯରୁ ୧୧୭ ଜଣ କେବଳ ଅହିର ସୈନ୍ଯ ରହିଥିଲେ । ଚିନର ୧୩୦୦ ସୈନ୍ଯଙ୍କୁ ନିପାତ କରିବା ସହିତ ୩୦୦୦ରୁ ଉର୍ଦ୍ଧ୍ବ ସୈନିକ ମାନଙ୍କୁ ଆହତ କରିଥିଲେ ଏହି ଯୁଦ୍ଧରେ ୧୧୭ ମଧ୍ଯରୁ ୧୧୪ ଜଣ ଅହିର ଯବାନ ବିରଗତି ପ୍ରାପ୍ତ କରିଥିଲେ । ତାଙ୍କର ସାହାସ ଓ ସୌର୍ଯ୍ୟକୁ ସ୍ମରଣ କରିବାକୁ ଦେଶର ବିଭିନ୍ନ ପ୍ରାନ୍ତରେ ଯାଦବ ସମାଜ ତରଫରୁ ୧୮ ନଭେମ୍ବରକୁ ଯାଦବ ଶୌର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଅଛି । ବହୁତ ଦିନରୁ କେନ୍ଦ୍ର ସରକାରକୁ ମଧ୍ଯ ଅହିର ରେଜିମେଣ୍ଟ ଗଠନ ପାଇଁ ଯାଦବ ସମାଜ ଦାବି କରି ଆସୁଅଛି । ଆଗାମୀ ଦିନରେ ଅହିର ରେଜିମେଣ୍ଟ ଗଠନ ନହେଲେ ସମସ୍ତ ଯାଦବ ସମାଜ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଶୌର୍ଯ୍ୟ ଦିବସ ପାଳନ ଅବସରରେ ଜିଳ ଯାଦବ ସମାଜର ସମ୍ପାଦକ ତ୍ରିନାଥ ପୁଞ୍ଜି, କୋଷାଧ୍ୟକ୍ଷ ଯୁଧିଷ୍ଠିର ସଗରିଆ, ଜିଲା ମହିଳା ସଭାନେତ୍ରୀ, ମମତା ମଞ୍ଜରୀ ଥପା, ବ୍ଲକ ସହ ସମ୍ପାଦକ ଗଣ୍ଡାରାମ ନିଆଲ, ରାନିମୁଣ୍ଡା କେନ୍ଦ୍ର ସଭାପତି ଗମନା କଟା, ଭୋଜପୁର କେନ୍ଦ୍ର ସଭାପତି ଗୋକୁଳ ଭୋଇ, ଏନ୍ଏସି ଯାଦବ ସମାଜ ଉପଦେଷ୍ଟା ଦୟା ଥପା, ବାର୍ତ୍ତାବହ ଉଗ୍ରସେନ ବାଗ, ତୁଲସୀ ରାମ ଭୋଇ, ମୁକୁନ୍ଦ ଗହିର ଓ ଅନ୍ୟ ଯାଦବ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ