Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇନାଲରେ କେମିତି ରହିବ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍, କାହାକୁ ମିଳିବ ଫାଇଦା ? ଜାଣନ୍ତୁ

ଅହମ୍ମଦାବାଦ: ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ପାଇଁ ଅହମ୍ମଦାବାଦ ସମେତ ପୁରା ବିଶ୍ଵ ଜଗତର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଛି। ଭାରତର ବିଶ୍ଵକପର ସେମି ଫାଇନାଲ୍ ମ୍ୟାଚ୍ ପୂର୍ବରୁ ପିଚକୁ ନେଇ ବହୁତ ବିବାଦ ହୋଇଥିଲା। ଏମିତିରେ ପ୍ରଶଂସକ ଜାଣିବାକୁ ଉତ୍ସୁକ ଯେ, ଫାଇନାଲ୍ ମ୍ୟାଚ୍ କେଉଁଭଳି ପିଚରେ ଖେଳାଯିବ। ପିଚ୍ ରୂପରେଖ କେମିତି ରହିବ ଏବଂ ଏଠାରେ କାହାକୁ ଫାଇଦା ମିଳିବ ? ସଦ୍ୟତମ ସୂଚନା ଅନୁଯାୟୀ, ଟାଇଟଲ୍ ମୁକାବିଲା ନୂଆ ପିଚ୍ ନୁହେଁ ବରଂ ବ୍ୟବହୃତ ପିଚରେ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୪ରେ ଯେଉଁ ପିଚରେ ମ୍ୟାଚ୍ ଖେଳା ଯାଇଥିଲା, ସେହି ପିଚରେ ଆଜିର ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ପିଚର ରଙ୍ଗ ସାମାନ୍ୟ କଳା ରହିଛି। କ୍ୟୁରେଟର ତପୋଶ ଚାଟାର୍ଜୀଙ୍କ ନିରୀକ୍ଷଣରେ ଗ୍ରାଉଣ୍ଡ ଷ୍ଟାଫ ଗତ କିଛି ଦିନରୁ ପିଚକୁ ପ୍ରସ୍ତୁତ କରିଛନ୍ତି। ରବିବାର ସକାଳେ ଆଇସିସିର ପିଚ୍ ପରାମର୍ଶଦାତା ଆଣ୍ଡି ଏଟଙ୍କିସନ ମଧ୍ୟ ଏହାର ନିରୀକ୍ଷଣ କରିଛନ୍ତି। କୁହାଯାଉଛି ଏହି ପିଚ୍ ବହୁତ ଧିମା ରହିବ।

ଷ୍ଟାଡିୟମର ଦିନିକିଆ ରେକର୍ଡ

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଦ୍ୟାବଧି ୩୦ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ରେକର୍ଡ ସମାନ ରହିଛି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୫ ଏବଂ ଦ୍ଵିତୀୟରେ ବ୍ୟାଟିଂ କରୁଥିବା ଦଳ ମଧ୍ୟ ସେହି ସମାନ ମ୍ୟାଚ୍ ଜିତିଛି। ତେବେ ବିଶ୍ଵକପ୍ ୨୦୨୩ର ଦୃଶ୍ୟ କିଛି ଅଲଗା ରହିଛି। ଚଳିତ ବିଶ୍ଵକପରେ ଏଠାରେ ଖେଳାଯାଇଥିବା ୪ଟି ମୁକାବିଲାରୁ ଲକ୍ଷ୍ୟର ପିଛା କରିଥିବା ଦଳ ୩ ଥର ବିଜୟ ହାସଲ କରିଛି। ଏହି ମଇଦାନରେ ବିଶ୍ଵକପରେ ଅଦ୍ୟାବଧି ୩୦୦ ସ୍କୋର ବି ହୋଇ ନାହିଁ। ଭାରତ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷ ଏକମାତ୍ର ମ୍ୟାଚରେ ୭ ଓ୍ଵିକେଟରେ ଜିତିଥିଲା।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ଵକପ୍ ୨୦୨୩ର ଖେଳାଯାଇଥିବା ୪ଟି ମ୍ୟାଚରେ ଦ୍ରୁତ ବୋଲର ୩୫ଟି ଓ୍ଵିକେଟ୍ ନେଇଥିବା ବେଳେ ସ୍ପିନର ୨୨ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ତେଣୁ କୁହାଯାଇ ପାରିବ ଏହି ପିଚ୍ ଉଭୟ ଦ୍ରୁତ ବୋଲର ଓ ସ୍ପିନରଙ୍କୁ ସୁହାଇଥାଏ। ତେବେ ଦେଖିବା ବାକି ରହିଲା ଦୁଇ ଦଳର ଚୂଡ଼ାନ୍ତ ଏକାଦଶ କିପରି ରହୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ