Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇନାଲ୍ ପୂର୍ବରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ- ଅପରାଜୟ ରହି ଦଳ ଟ୍ରଫି ଉଠାଇବ

ଭୁବନେଶ୍ଵର: ଆଉ କିଛି ସମୟକୁ ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଟାଇଟଲ୍ ଲଢେଇ। ମୁହାଁମୁହିଁ ହେବେ ଦୁଇ ଥରର ଚାମ୍ପିଅନ ଭାରତ ଓ ୫ ଥରର ଚାମ୍ପିଅନ ଅଷ୍ଟ୍ରେଲିଆ। ଦୁଇ ଦଳ ପ୍ରସ୍ତୁତ। ଦର୍ଶକ ବି ପ୍ରସ୍ତୁତ। ଏହା ପୂର୍ବରୁ ଭାରତୀୟ ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଏହି କ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ବିଜୟର ଶୁଭକାମନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଲେଖିଛନ୍ତି, ଅହମ୍ମଦାବାଦର ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ମୋର ଶୁଭେଚ୍ଛା। ଦଳ ଅପରାଜୟ ରହି ତୃତୀୟ ଥର ଟ୍ରଫି ଉଠାଇବ। ଏହା ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇ ସାରିଛନ୍ତି। ଉଲ୍ଲେଖନୀୟ ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଫାଇନାଲରେ ମୁକାବିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କଠୁ ପ୍ରଶଂସକ ଲମ୍ବା ଇନିଂସର ଆଶା ରଖିଛନ୍ତି। ଭାରତୀୟ ଦ୍ରୁତ ବୋଲର ୟୁନିଟ୍ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ସେମିତିରେ ମହମ୍ମଦ ଶାମିଙ୍କଠୁ ସମସ୍ତେ ଆଉ ଏକ ଚମତ୍କାର ସ୍ପେଲର ଆଶା ରଖିଛନ୍ତି। ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ବଡ଼ ବଡ଼ ରାଜନୈତିକ ହସ୍ତୀଙ୍କଠୁ ନେଇ ବଲିଉଡର ସୁପରଷ୍ଟାର ପର୍ଯ୍ୟନ୍ତ ସମସ୍ତେ ଷ୍ଟାଡିୟମରେ ଉପସ୍ଥିତ ରହିବେ। ମୁକାବିଲା ଅପରାହ୍ଣ ୨ଟାରୁ ଆରମ୍ଭ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ