Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୦୦୦ରୁ ଅଧିକ ପୋଲିସକର୍ମୀ, ୨୩ ଡିସିପି ଓ ୩୯ ଏସିପି, ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ପାଇଁ ଏମିତି ରହିଛି ସୁରକ୍ଷା ବନ୍ଦୋବସ୍ତ

ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ଵକପ୍ ଫାଇନାଲ୍ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ରାଜନୈତିକ, କ୍ରିକେଟ୍, ବଲିଉଡର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ। ଏହା ବ୍ୟତୀତ ମଇଦାନରେ ଏକ ଲକ୍ଷ ୩୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ୍ ମୁକାବିଲାକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରାଇବା ପାଇଁ ହଜାର ହଜାର ସଂଖ୍ୟକ ସୁରକ୍ଷାକର୍ମୀ ଓ ଶତାଧିକ ବରିଷ୍ଠ ଅଧିକାରୀ ଷ୍ଟାଡିୟମରେ ମୁତୟନ ରହିଛନ୍ତି। ଜାଣନ୍ତୁ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ପାଇଁ ୬ ହଜାରରୁ ଅଧିକ ସୁରକ୍ଷାକର୍ମୀ ମଇଦାନରେ ମୁତୟନ ରହିବେ।ଏହା ବ୍ୟତୀତ ୪ ବରିଷ୍ଠ ଆଇପିଏସ୍ ଅଧିକାରୀ, ଆଇଜି ଓ ଡିଆଇଜିଙ୍କୁ ମଧ୍ୟ ମଇଦାନରୁ ସୁରକ୍ଷା ଦାୟିତ୍ଵ ଦିଆଯାଇଛି।
ଏହା ବ୍ୟତୀତ ୨୩ ଡିଏସପିଙ୍କୁ ମଧ୍ୟ ଫାଇନାଲ୍ ମ୍ୟାଚର ସୁରକ୍ଷା ଦାୟିତ୍ଵ ଦିଆଯାଇଛି।
୩୯ ଆସିଷ୍ଟାଣ୍ଟ କମିଶନର ଅଫ ପୋଲିସ, ୯୨ ପୋଲିସ ଇନ୍ସପେକ୍ଟର ମଧ୍ୟ ଏହି ଐତିହାସିକ ମ୍ୟାଚ୍ ବେଳେ ପାଖାପାଖି ଦେଢ ଲକ୍ଷ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବେ।
ଏହି ସବୁ ବ୍ୟତୀତ ଆଇସିସି ବିଶ୍ଵକପ୍ ଫାଇନାଲ୍ ୨୦୨୩ ସମୟରେ ଶତାଧିକ ଏନଡିଆରଏଫ ଦଳ ମଧ୍ୟ ପଡ଼ିଆକୁ ସୁରକ୍ଷା ପ୍ରଦାନ କରିବେ।

କେମିତି ରହିବି ପିଚ୍

ସଦ୍ୟତମ ସୂଚନା ଅନୁଯାୟୀ, ଟାଇଟଲ୍ ମୁକାବିଲା ନୂଆ ପିଚ୍ ନୁହେଁ ବରଂ ବ୍ୟବହୃତ ପିଚରେ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୪ରେ ଯେଉଁ ପିଚରେ ମ୍ୟାଚ୍ ଖେଳା ଯାଇଥିଲା, ସେହି ପିଚରେ ଆଜିର ଟାଇଟଲ୍ ମ୍ୟାଚ୍ ଖେଳାଯିବ। ପିଚର ରଙ୍ଗ ସାମାନ୍ୟ କଳା ରହିଛି। କ୍ୟୁରେଟର ତପୋଶ ଚାଟାର୍ଜୀଙ୍କ ନିରୀକ୍ଷଣରେ ଗ୍ରାଉଣ୍ଡ ଷ୍ଟାଫ ଗତ କିଛି ଦିନରୁ ପିଚକୁ ପ୍ରସ୍ତୁତ କରିଛନ୍ତି। ରବିବାର ସକାଳେ ଆଇସିସିର ପିଚ୍ ପରାମର୍ଶଦାତା ଆଣ୍ଡି ଏଟଙ୍କିସନ ମଧ୍ୟ ଏହାର ନିରୀକ୍ଷଣ କରିଛନ୍ତି। କୁହାଯାଉଛି ଏହି ପିଚ୍ ବହୁତ ଧିମା ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ