ଟାଇଟଲ୍ ମୁକାବିଲା: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଦୁଇ ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ


ଅହମ୍ମଦାବାଦ: ଯେଉଁ ସମୟକୁ ସାରା ଜଗତର କ୍ରିକେଟ୍ ପ୍ରେମୀ ଚାହିଁ ରହିଥିଲେ ସେହି ମୁହୂର୍ତ୍ତ ଆସି ଉପନ୍ନୀତ ହୋଇ ସାରିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ଏହି ମହାମୁକାବିଲା ପାଇଁ ଟସ୍ ପଡ଼ି ସାରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରିବ। ଟାଇଟଲ୍ ଲଢେଇରେ ଦୁଇ ଦଳର ଚୂଡାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି। ସେମି ଫାଇନାଲରେ ଦୁଇ ଦଳ ଯେଉଁ ଚୂଡାନ୍ତ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ ସେହି ସମାନ ଟିମ୍ ଆଜି ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତ ୨୦୦୩ ବିଶ୍ଵକପ୍ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେବାକୁ ରୋହିତ ବାହିନୀ ପ୍ରସ୍ତୁତ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମୁକାବିଲା। କଙ୍ଗାରୁ ଦଳକୁ ହରାଇ ତୃତୀୟ ଥର କପ୍ ଉଠାଇ ଉଠାଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ। ସେପେଟ ଅଷ୍ଟ୍ରେଲିଆ ଦଳ ମଧ୍ୟ ଷଷ୍ଠ ଥର ଚାମ୍ପିଅନ ହେବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ଫାଇନାଲରେ ମୁକାବିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କଠୁ ପ୍ରଶଂସକ ଲମ୍ବା ଇନିଂସର ଆଶା ରଖିଛନ୍ତି। ଭାରତୀୟ ଦ୍ରୁତ ବୋଲର ୟୁନିଟ୍ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ସେମିତିରେ ମହମ୍ମଦ ଶାମିଙ୍କଠୁ ସମସ୍ତେ ଆଉ ଏକ ଚମତ୍କାର ସ୍ପେଲର ଆଶା ରଖିଛନ୍ତି। ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ବଡ଼ ବଡ଼ ରାଜନୈତିକ ହସ୍ତୀଙ୍କଠୁ ନେଇ ବଲିଉଡର ସୁପରଷ୍ଟାର ପର୍ଯ୍ୟନ୍ତ ସମସ୍ତେ ଷ୍ଟାଡିୟମରେ ଉପସ୍ଥିତ ରହିବେ।

ଭାରତ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ
ଡେଭିଡ୍ ଓ୍ଵାର୍ଣ୍ଣର, ଟ୍ରେଭିସ୍ ହେଡ୍, ମିଚେଲ୍ ମାର୍ଶ, ଷ୍ଟିଭ୍ ସ୍ମିଥ, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ଜୋସ୍ ଇଙ୍ଗ୍ଲିଶ(ଓ୍ଵିକେଟ୍ କିପର), ମିଚେଲ୍ ଷ୍ଟାର୍କ, ପାଟ୍ କମିନ୍ସ(ଅଧିନାୟକ), ଆଡମ ଜାମ୍ପା, ଜୋସ୍ ହେଜେଲଉଡ଼।