Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗିରି ଠାରେ ସାମ୍ବାଦିକତା ସମ୍ମାନରେ ସମ୍ମାନିତ ହେବେ ଯୁବ ସାମ୍ବାଦିକ ଜଗଦୀଶ ନାଏକ

କଳାହାଣ୍ଡି, ୧୯/୧୧ (ଜଗନ୍ନାଥ ନାଏକ) : ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୩ ମସିହାର ମର୍ଯ୍ୟାଦାଜନକ ଦେବଗିରି ସାମ୍ବାଦିକତା ସମ୍ମାନରେ ସମ୍ମାନିତ ହେବେ ଯୁବ ସାମ୍ବାଦିକ ଜଗଦୀଶ ନାଏକ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ଘୋଷଣା ହୋଇଛି। କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଏକ ଓ ସୁମତି ନାଏକଙ୍କ ସୁପୁତ୍ର ଜଗଦୀଶ ଜଣେ ଲେଖକ ତଥା ସାମ୍ବାଦିକ ଭାବେ ସମାଜର ନିମ୍ନ ସ୍ତରରେ ବସବାସ କରୁଥିବା ଲୋକମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି। ଛାତ୍ର ଜୀବନରୁ ହିଁ ଲୋକ ସାହିତ୍ୟ ଓ ସାମ୍ବାଦିକତା ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରିବା ପରେ ସଂପ୍ରତି ଦୈନିକ ‘ସକାଳ’ ଖବରକାଗଜର କୋକସରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ। ତାଙ୍କର ପ୍ରତିଟି ଖବରରେ ମାଟିର ବାସ୍ନା ମହମହ ହୋଇ ବାସି ଉଠିଥାଏ। ନିଆରା ଢଙ୍ଗର ସମ୍ବାଦ ପରିବେଷଣ ପାଇଁ ସେ କଳାହାଣ୍ଡି ସମେତ ରାଜ୍ୟର ସାମ୍ବାଦିକତା ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ ଆୟୋଜିତ ହେଉଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ