Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଲେଶ ନାଗଙ୍କୁ ଦେବଗିରି ନାରଦ ସମ୍ମାନ

କଳାହାଣ୍ଡି, ୧୯/୧୧ (ଜଗନ୍ନାଥ ନାଏକ) : ଉଦୀୟମାନ ଯୁବ ସାମ୍ବାଦିକ ନିଲେଶ କୁମାର ନାଗ ପାଇବେ ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ନାରଦ ସମ୍ମାନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କିଡିଙ୍ଗ ଗ୍ରାମର ସତ୍ୟନାରାୟଣ ନାଗ ଓ ଜୟନ୍ତୀ ନାଗଙ୍କ କନିଷ୍ଠ ପୁତ୍ର ନିଲେଶ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ଲାଞ୍ଜିଗଡ଼ର ସଭାପତି ଭାବେ ନିଜ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରୁଛନ୍ତି। ପାରମ୍ପରିକ ଧାରାରୁ ଭିନ୍ନ ତାଙ୍କର ଖବର ପରିବେଷଣ ତାଙ୍କୁ ଦେଇପାରିଛି ଏକ ସ୍ୱତନ୍ତ୍ର ପରିଚୟ। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସମାଜର ନିମ୍ନ ସ୍ତରର ମଣିଷଙ୍କ ପାଇଁ ଲେଖନୀ ଚାଳନା କରି ସେ ନିଜର ସାମାଜିକ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି। ସେହିପରି ଜଣେ କଳା ସଂଗଠକ ଭାବେ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ। ଶ୍ରୀ ନାଗ ସଂପ୍ରତି ‘ଓଡ଼ିଆ ବାର୍ତ୍ତା’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ନିଲେଶ କୁମାର ନାଗଙ୍କୁ ଦେବଗିରି ନାରଦ ସମ୍ମାନରେ ସମ୍ମାନିତ କରାଯିବ। ଏହି ଅବସରରେ ତିନି ଦିନ ବ୍ୟାପି ଡମ୍ ବଜା, ବଜାସାଲ୍, ସିଙ୍ଗ୍ ବଜା, ଢାପ୍, ବନାବାଡି, ଘୁମୁରା ସହ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।