Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମିଳିଗୁଡା କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ଙ୍କୁ ଆକ୍ରମଣ

ସେମିଳିଗୁଡା 20.11 ସେମିଳିଗୁଡା ଟ୍ରାଫିକ ଛକରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ରେ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସେମିଳିଗୁଡା ପୋଲିସ ।
ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପଟାଙ୍ଗି ଥାନା ଅଧିନ ଦେଓ ପଟାଙ୍ଗି ଗାଁ ର ନକୁଳ ପାଙ୍ଗି (୨୭) କୌଣସି କାମରେ ଶୁକ୍ରବାର ସନ୍ଧ୍ୟାରେ ସେମିଳିଗୁଡା ଆସିଥିଲେ ତେବେ ଫେରିବା ସମୟରେ ସେ ନନ୍ଦପୁର ରୋଡ଼ ପଟୁ ଦ୍ରୁତ ଗତିରେ ଆସି ନାଲି ଲାଇଟ ଥିବା ସତ୍ୱେ ମୁଖ୍ୟ ରାସ୍ତା ଉପରକୁ ଚାଲି ଆସିବାରୁ ମୁତୟନ ଥିବା ଟ୍ରାଫିକ କର୍ମଚାରୀ ମୋହନ ନାଗ୍ ନକୁଳ ଙ୍କୁ ଅଟକାଇ ଟ୍ରାଫିକ ନିୟମ ମାନି ଗାଡି ଚାଳନା କରିବାକୁ ତାଗିଦ କରିଥିଲେ ଫଳରେ ନକୁଳ ଉତକ୍ଷିପ୍ତ କର୍ମଚାରୀଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳିଗୁଲଜ କରିଥିଲେ ଫଳରେ ମୋହନ ତାଙ୍କୁ ଥାନାକୁ ଯିବା ପାଇଁ କହିଥିଲେ କିନ୍ତୁ ବାଟରେ ଥାନା ସମ୍ମୁଖ ତାରିଣୀ ମନ୍ଦିର ନିକଟରେ ନକୁଳ ମୋହନ ଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ତାଙ୍କ କଲର ଘୋଷାଡ଼ି ମାଡ଼ ମାରିଥିଲେ ଖବର ପାଇ ଥାନା ରୁ ଅନ୍ୟ କର୍ମଚାରୀ ମାନେ ଆସି ନକୁଳ କୁ କାବୁ କରିବା ସହ ମୋହନ ଙ୍କୁ ଉଦ୍ଧାର କରିଥିଲେ
ସେମିଳିଗୁଡା ପୋଲିସ ଘଟଣା କୁ ଗୁରୁତର ଭାବେ ନେବା ସହ ସେମିଳିଗୁଡା ଥାନା କେସ ନଂ ୧୫୭/୨୩ , ଦଫା ୨୯୪,୩୨୩,୩୪୧,୩୩୨,୩୫୩,୫୦୬ ଆଇ ପି ସି ସହ ୧୮୪ ଏ ତଥା ୧୮୪ ଇ ଏମଭି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ନକୁଳ ଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି। ଘଟଣାର ତଦନ୍ତ ଭାର ନିଜେ ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ଗ୍ରହଣ କରିଥିବା ବେଳେ ସିସିଟିଭି ଫୁଟେଜ ଅନୁଧ୍ୟାନ କଲାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ