Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

ଖଡ଼ିଆଳ : ରାଜ୍ୟ ସରକାର ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାରରେ ଲିପ୍ତ ଅଭିଯୋଗ କରି ଖଡ଼ିଆଳ ବ୍ଲକ ଅଫିସ ଘେରିଲା ନୂଆପଡ଼ା ଜିଲା ବିଜେପି । ଜିଲା ବିଜେପି ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ବରେ ଖଡ଼ିଆଳ ବ୍ଲକ ଅଫିସ ଆଗରେ ଗର୍ଜିଛନ୍ତି ବିଜେପି ନେତା କର୍ମୀ l କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବଦେବ ପ୍ରସାଦ ସିଂହଦେଓ, ଜିଲା ବିଜେପି ବରିଷ୍ଠ ସଦସ୍ୟ ପୃଥ୍ୱୀରାଜ ମହାନ୍ତି, ଅଜିତ କିଶୋର ଚଳାନ, ସୁନୀଲ କୁମାର ନାଗ, ପ୍ରଶାନ୍ତ ଦାଶ, ଦେବଦତ୍ତ ଯୋଶୀ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ନେଇ ଖଡ଼ିଆଳ ବିଡିଓ ବିରସେନ ବେହେରାଙ୍କୁ ଘେରିଥିଲେ l ମନରେଗା, ଜଳସେଚନ, ଆବାସ ଯୋଜନା ଆଦି ସମସ୍ୟା ନେଇ ବ୍ଲକ ପ୍ରଶାସନ ଚୁପ ବସିଥିବା ବେଳେ ଲୋକେ ହଇରାଣ ହେଉଥିବା ଅଭିଯୋଗ କରି ଏହା ଉପରେ ପଦକ୍ଷେପ ନେବାକୁ ଦାବି କରିଛି ବିଜେପି । ଆଜିର ଘେରାଉ ସମୟରେ ଶତାଧିକ ବିଜେପି କର୍ମୀ ଯୋଗାଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ