Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ ମାସର ଚାଉଳ ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ

ଖଡ଼ିଆଳ : ୪ ମାସ ହେଲା ଚାଉଳ ପାଇ ନଥିବା ଅଭିଯୋଗ କରି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଡଦୋହେଲ ପଞ୍ଚାୟତର ପଖାନସର ଗ୍ରାମର ଶତାଧିକ ହିତାଧିକାରୀ ସୋମବାର ଖଡ଼ିଆଳ ବ୍ଲକ ଘେରାଉ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ ପଖାନସର ଗ୍ରାମର ଶହେରୁ ଉର୍ଦ୍ଧ୍ବ ପରିବାରକୁ ଗତ ଜୁଲାଇ ମାସରୁ ଚାଉଳ ପ୍ରଦାନ କରାଯାଇନାହିଁ। ଗ୍ରାମବାସୀ ପ୍ରତି ମାସରେ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ନିରାଶରେ ଫେରି ଆସୁଛନ୍ତି। ରାସନ୍ ବଣ୍ଟନରେ ଦାୟିତ୍ଵ ନେଇଥିବା ସେଲ୍ସ ମ୍ୟାନ ହିତାଧିକାରୀଙ୍କ ଅଙ୍ଗୁଳି ଛାପ ନେଇ ଅନ୍ୟ ଦିନ ଚାଉଳ ଦିଆଯିବ କହୁଛନ୍ତି କିନ୍ତୁ ଦେଉ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଆଜି ଜିଲା ଦଳିତ ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଲୋକେ ବ୍ଲକକୁ ଆସି ଖଡ଼ିଆଳ ବିଡ଼ିଓ ବିରସେନ ବେହେରାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରି ପ୍ରତି ମାସରେ ରାସନ ଦେବାକୁ ଅନୁରୋଧ କରିଥିଲେ। ଏହାସହ ସେଲ୍ସ ମ୍ୟାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନହେଲେ ଆସନ୍ତାକାଲି ଠାରୁ ବ୍ଲକ ସାମନାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରାଙ୍କୁ ପଚାରିବାରୁ ବିପଣନ ଅଧିକାରୀଙ୍କୁ ପଠାଇ ତଦନ୍ତ କରିବେ କିଛିଦିନ ମଧ୍ୟରେ ଚାଉଳ ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ