Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଜ୍ଜା।। ବେଳାଭୂମି ପାଲଟିଛି ମୁକ୍ତ ଶୌଚାଳୟ।ପର୍ଯ୍ୟଟକ ଙ୍କ ମଧ୍ୟରେ ଅସନ୍ତୋଷ।

ଗୋପାଳପୁର,୨୦/୧୧
ଦକ୍ଷିଣ ଓଡ଼ିଶା ର ଏକ‌ ପ୍ରମୁଖ ବେଳାଭୂମି ପର୍ଯଟନ ସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଥିବା ଗୋପାଳପୁର ଆଜି ବେଳାଭୂମି ଅଞ୍ଚଳ ମୁକ୍ତ ଶୌଚାଳୟ ପାଲଟି ଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।ଏହା ଯୋଗୁଁ କୌଣସି ପର୍ଯ୍ୟଟକ ସକାଳ ସମୟରେ ବେଳାଭୂମି ପରିସରରେ ଭ୍ରମଣ କରିବାକୁ ଅସନ୍ତୋଷ ବ୍ୟକ୍ତ କରିବା ସହ ତିକ୍ତ ଅନୁଭବ ନେଇ ଫେରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ଗୋପାଳପୁର ପ୍ରତି ପର୍ଯ୍ୟଟକ ମୁହଁ ମୋଡିବା ସହ ଆଗମନରେ ହ୍ରାସ ହେଉଥିବା ଏକ ଆକଳନରୁ ଜଣାପଡିଛି।୧୯୬୧ ମସିହାରେ ଗୋପାଳପୁର କୁ ପଞ୍ଚାୟତ ରୁ ଅଲଗା କରାଯାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମାନ୍ୟତା ପ୍ରଦାନ କରାଯାଇଥିଲା। ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟା ରେ ଦେଶୀୟ ସମେତ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଏଠାରେ ୨୦୨୩ ଜନଗଣନା ଅନୁଯାୟୀ ପ୍ରାୟ ୯୭୦୦ ଲୋକ ବସବାସ କରୁଥିବା ବେଳେ ଏଥିରୁ କେବଳ ୭୦ ଶତକଡା ଜନସଂଖ୍ୟା ମତ୍ସ୍ୟଜୀବୀ ପରିବାର ର ଅଟନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ହେଉଛି ସମୁଦ୍ର ରୁ ମାଛ ଧରିବା। ଯଦ୍ବାରା ଅଧିକାଂଶ ମତ୍ସ୍ୟଜୀବୀ ସମୁଦ୍ର ରୁ ମାଛ ମାରି ତାହାକୁ ବିକ୍ରି କରି ପରିବାର ପ୍ରତି ପୋଷଣ କରି ଆସୁଛନ୍ତି। ବିଶେଷ କରି ମତ୍ସ୍ୟଜୀବୀ ପରିବାର ର ଅନେକେ ବେଳାଭୂମି ରେ ଗାଧେଇବା ସହ ବେଳାଭୂମି ପରିସରରେ ଶୌଚ ହେବା ଏକ ନିତିଦିନିଆ ଘଟଣା ପାଲଟିଛି। ଏହାକୁ ଆଖି ଆଗରେ ରଖି ଗତ ୨୦୦୫-୨୦୦୬ ଆର୍ଥିକ ବର୍ଷରେ ବେଳାଭୂମି ପରିସରକୁ ଶୌଚ ମୁକ୍ତି କରିବା ପାଇଁ ତତ୍କାଳୀନ ଏନ ଏ ସି ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି ଙ୍କ ଚେଷ୍ଟା କ୍ରମେ ଗୋପାଳପୁର ତିନୋଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ ସରିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ମାଗଣାରେ ଶୌଚାଳୟ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା। ଏଥି ସହ ଶୌଚାଳୟ ରକ୍ଷଣାବେକ୍ଷଣ ଦାୟିତ୍ଵ ରେ ରହିଥିବା ସୁଲଭ ଇଣ୍ଟର ନ୍ୟାସନାଲ ସଂସ୍ଥା ସହ ଆଲୋଚନା କରାଯାଇ ମତ୍ସ୍ୟଜୀବୀ ଙ୍କୁ ମାଗଣା ଶୌଚାଳୟ ପ୍ରଦାନ ନିମନ୍ତେ ଏନ ଏ ସି ଓ ସୁଲଭ ଇଣ୍ଟର ନ୍ୟାସନାଲ ସଂସ୍ଥା ସହ ଚୁକ୍ତିନାମା ହୋଇଥିବା ପୂର୍ବତନ ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଏହାର କିଛି ବର୍ଷ ପରେ ଶୌଚାଳୟ ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଶୌଚାଳୟ ଟି ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଯାହାଫଳରେ ଏବେ ଅନେକ ମତ୍ସ୍ୟଜୀବୀ ବେଳାଭୂମି କୁ ମୁକ୍ତ ଶୌଚାଳୟ ଭାବେ ବ୍ୟବହାର କରି ବେଳାଭୂମି କୁ ଅପରିଷ୍କାର କରୁଛନ୍ତି। ଏଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟିଦେଇ ବେଳାଭୂମି କୁ ଶୌଚ ମୁକ୍ତ କରିବାକୁ ସାଧାରଣ ରେ ଦାବି ହେଉଛି।

More Stories