Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାପଲ୍ଲୀରେ ଆର ଏସ ଏସର ଶତାବ୍ଦୀ ବର୍ଷ ପାଳିତ।ନଗର ପରିକ୍ରମା

ଗୋପାଳପୁର:କରାପଲ୍ଲୀ ଠାରେ ଆଜି କନିସି ଖଣ୍ଡ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଶତାବ୍ଦୀ ବର୍ଷ ପାଳିତ ହୋଇଥିଲା l ଏହି ଅବସରରେ ଦ୍ୱଜପୂଜା,ରାଷ୍ଟ୍ରଗାନ ସହ ନଗର ପ୍ରଥ ସଞ୍ଚଳନ ହୋଇଥିଲା l ପରେ ଏକ ସଭାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ସଂଘ ଚାଳକ ଡ଼.ପ୍ରଶାନ୍ତ ପତି,ମୁଖ୍ୟବକ୍ତା ଭାବେ ଜିଲ୍ଳା ବିଚାର ବିମର୍ଶ ପ୍ରମୁଖ ରାମ ପ୍ରସାଦ ପଟନାୟକ,କନିସି ଖଣ୍ଡ କାର୍ଯ୍ୟ ବାହ ଶିବ ରାମ ସାହୁ ମଂଚାସୀନ ରହି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ସଂଘର ନିୟମାବଳି, କାର୍ଯ୍ୟକ୍ରମ, ପଦକ୍ଷେପ,ଯୁବପିଢ଼ି ସଚେତନତା,ବୈଧିକ ଓ ଶାରୀରିକ ଶିକ୍ଷା,ରାଷ୍ଟ୍ରହିତ ଆଦି ଉପରେ ନିଜ ନିଜ ମତ ରଖିଥିଲେ l ଏଥିରେ ୮ ଟି ମଣ୍ଡଳର ୧୬ ଟି ଶାଖାର ପ୍ରାୟ ୧୫୦ ଜଣ ସେବକ ଯୋଗ ଦେଇଥିଲେ l ଏଥିରେ ଜିଲ୍ଳା ମହାବିଦ୍ୟାଳୟର ପ୍ରମୁଖ ଦୀପକ କୁମାର ମହାନ୍ତି,ସ୍ୱୟଂସେବକ ପଞ୍ଚୁ ବେହେରା,ମାଣ୍ଡିଆପଲ୍ଲୀ ଶାଖାର ମୁଖ୍ୟ ପ୍ରମୁଖ ଶିକ୍ଷକ ବି.ସନୁ ରେଡି,ବିଭାଗ ପ୍ରଚାରକ ବିଜୟ ସାମଲ,ମୁଖ୍ୟ ଶିକ୍ଷକ ଅଶ୍ୱିନୀ ପାତ୍ର,ମାଣ୍ଡିଆପଲ୍ଲୀ ଶାଖା ଶାରୀରିକ ପ୍ରମୁଖ ରୁଦ୍ର ପ୍ରସାଦ ପାତ୍ର,ମାଣ୍ଡିଆପଲ୍ଲୀ ଶାଖାର କାର୍ଯ୍ୟବାହା ମାନସ ରଞ୍ଜନ ସ୍ୱାଇଁ,ଗୋପାଳପୁର ଶାଖାର ସେବକ ଜି.ମହୋନ ରାଓ ପ୍ରମୁଖ ଯୋଗ ଦେଇଥିବା ବେଳେ କରାପଲ୍ଲୀ ଗ୍ରାମର ତେଲୁଗୁ ନାଇଡୁ ବି.ଦୀନବନ୍ଧୁ ରେଡି,ଓଡ଼ିଆ ନାଇଡୁ ଦୀନବନ୍ଧୁ ପାତ୍ର,ଦିଲ୍ଲୀପ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ