ଗୋପାଳପୁର କଲେଜରେ ଶିକ୍ଷା ବିଭାଗର ପାଠଚକ୍ର ସହ ସମ୍ବର୍ଦ୍ଧନା

ଗୋପାଳପୁର:ଗୋପାଳପୁର କଲେଜରେ ଆଜି ଶିକ୍ଷା ବିଭାଗର ପାଠଚକ୍ର ସହ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା l କଲେନ ଅଧକ୍ଷ ଡ଼.ରାମ ପ୍ରସାଦ ପଣ୍ଡା ଏହାର ସଭାପତିତ୍ୱ କରିଥିଲେ l ବିଭାଗୀୟ ମୁଖ୍ୟ ଡ଼.ଇପ୍ସିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅନ୍ୟତମ ଅତିଥି ଭାବେ ଗୋପାଳପୁର କଲେଜର ଶିକ୍ଷା ବିଭାଗର ପୂର୍ବତନ ପାଧ୍ୟାପକ ଆଶୁତୋଷ ଷଡ଼ଙ୍ଗୀ,ଡ଼ି ପି ଆଇ ଏ ସି ର ସହାୟକ ପ୍ରଫେସର ଡ଼.ପି.ରଶ୍ମିତା ପାତ୍ର ଯୋଗ ଦେଇ ନୂତନ ଜାତୀୟ ଶିକ୍ଷା ନୀତିର ରୂପରେଖ ଉପରେ ଆଲୋକପାତ କରିଥିଲେ l ଦ୍ୱିତୀୟ ବର୍ଷ ଛାତ୍ରୀ ବର୍ଷା ପ୍ରଧାନ,ଜି.ନାଗାମ୍ମା,ପୂଜା ମହାରଣା,ଶ୍ରୀୟା ରେଡି,ତୃତୀୟ ବର୍ଷର ଛାତ୍ରୀ ଶ୍ରୁତି ରାଉଳ,ଛାତ୍ର ଓମ କୁମାର ସନ୍ଦର୍ଭ ପାଠ କରିଥିଲେ l ଏହି ଅବସରରେ ନବାଗତ ଛାତ୍ର,ଛାତ୍ରୀ ମାନେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ l ଶେଷରେ ବିଭାଗର ଅଧ୍ୟାପିକା ମମତା ରାଣୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l