Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ୧୦ ଦିନିଆ ନିଯୁକ୍ତି ଯୋଗ୍ୟତା ବୃଦ୍ଧି ତାଲିମ ଶିବିର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥି ଙ୍କ ଦ୍ୱାରା ଉଦ୍ଘାଟିତ

କଳାହାଣ୍ଡି, ୨୧/୧୧ (ଜଗନ୍ନାଥ ନାଏକ) : ଗତ କାଲି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ୧୦ ଦିନିଆ ନିଯୁକ୍ତି ଯୋଗ୍ୟତା ବୃଦ୍ଧି ତାଲିମ ଶିବିର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥି ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି. ଏହି ଶିବିର ରେ ନନ୍ଦୀ ଫାଉଣ୍ଡେସନ ତରଫରୁ ଶେଷ ବର୍ଷ ଛାତ୍ରୀ ମାନଙ୍କ ପାଇଁ ମାଗଣାରେ ଏହି ନିଯୁକ୍ତି ଯୋଗ୍ୟତା ବୃଦ୍ଧି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେବ. ଏହି ଉଦଘାଟନ ଉତ୍ସବ ରେ କୁଳପତି ମହୋଦୟ ପିଲାମାନଙ୍କୁ ଏହି ତାଲିମ ଶିବିର ର ଉପାଦେୟତା ଓ ଭରପୁର ଫାଇଦା ଉଠାଇବା ପାଇଁ ଆହ୍ୱାନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ପି ଜି କାଉନସିଲ ର ଅଧ୍ୟକ୍ଷା ଡ଼ ନିବେଦିତା ଦାସ, ଛାତ୍ର କଲ୍ୟାଣ ନିର୍ଦେଶିକା ଡ଼ ମଧୁଲିକା ସାହୁ, ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପିଲା ମାନଙ୍କୁ କାର୍ଯ୍ୟକ୍ରମ ର ଉପାଦେୟତା ବିଷୟରେ ବୁଝାଇ ଥିଲେ.ନନ୍ଦୀ ଫାଉଣ୍ଡେସନ ର ଅଂଶୁମାନ ମିଶ୍ର ପିଲା ମାନଙ୍କୁ ତାଲିମ ବିବରଣୀ ପ୍ରଦାନ କରିଥିଲେ. ଶେଷରେ ଜିଲା ଦକ୍ଷତା ବିକାଶ କାର୍ଯ୍ୟାଳୟ ର ଅମ୍ବୁଜ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ