Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଶହୀଦ ଈଶ୍ୱର ଚନ୍ଦ୍ର ଦୋରାଙ୍କୁ ଶ୍ରଦ୍ଧାଞ୍ଜଳି

କଳାହାଣ୍ଡି, ୨୧/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମାଁ ମାଣିକେଶ୍ବରୀ ହାଇ ସ୍କୁଲ ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ଶହୀଦ ଈଶ୍ୱର ଚନ୍ଦ୍ର ଦୋରାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ପ୍ରସାଦ କାନୁନଗୋ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ସେ ଜଣେ ଏନ୍ ସିସି ଛାତ୍ର ଥିବା ସୂଚନା ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶିକ୍ଷକ ରାନୁ କୁମାର ସାହୁ ଶ୍ରୀଦୋରାଙ୍କ ଛାତ୍ର ଜୀବନର ଅନୁଭୂତି ବର୍ଣନା କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ର ଶହୀଦଙ୍କ ଫଟୋଛିତ୍ର ଓ ମୋହମବତୀ ଧରି ସହର ପରିକ୍ରମା କରିଥିଲେ । ତ୍ରିପୁରାର ଅଗରତାଲା ଠାରେ ଶହୀଦ ହୋଇଥିବା ବୀର ଯବାନ କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଇଶ୍ଵର ଚନ୍ଦ୍ର ଦୋରାଙ୍କୁ ତାଙ୍କ ନିଜ ଗାଁ କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଠାରେ ସ୍ଥାନୀୟ ଯୁବଗୋଷ୍ଠୀ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମି ନିରବ ପ୍ରାର୍ଥନା କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଗାଁ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୋଗଦେଇ ସହିଦଙ୍କ ପିତା ଅବସରପ୍ରାପ୍ତ ଶିକ୍ଷକ ଧିରେନ୍ଦ୍ର କୁମାର ଦୋରା ଓ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ମହମବତୀ ଶୋଭାଯାତ୍ରାରେ ସାମିଲ ହୋଇ ଶହୀଦ ଇଶ୍ଵର ଚନ୍ଦ୍ର ଦୋରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବେଲଖଣ୍ଡି ଗାଁ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଯୁବକ ଓ ସ୍ଥାନୀୟ ଅଧିବାସୀ ବାହାରି ଶହୀଦ ତୁଝେ ସଲାମ୍ , ଶହୀଦ ଇଶ୍ଵର ଦୋରା ଅମର ରହୈ ନାରା ଦେବାସହ ଗାଁ ର ପରିକ୍ରମା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ କୈଳାସ ସାହୁ, ଯୁବ ନେତା ଶୁଭେନ୍ଦୁ ସାହୁ, ଲୋକେଶ ସାହୁ, ପ୍ରଦୀପ ନାଏକ, ଦେବେନ୍ଦ୍ର ପ୍ରସାଦ କୁମାର, ହନୁମନ୍ତ ଦୀପ , ପ୍ରିତମ ପାଢୀ, କାହ୍ନା ପାଢ଼ୀ, ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ।