Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନ ଇଶ୍ଵର ଚନ୍ଦ୍ର ଦୋରାଙ୍କ ମର ଶରୀର (କେସିଙ୍ଗା ବ୍ଲକ ଅମାଠ ଛକ ରୁ ବେଲଖଣ୍ଡି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ଦେଲେ ବିନମ୍ର ଶ୍ରଦ୍ଧାଞ୍ଜଳି)

କଳାହାଣ୍ଡି, ୨୧/୧୧ (ଜଗନ୍ନାଥ ନାଏକ) : ତ୍ରିପୁରା ରେ କାର୍ଯ୍ୟରତ ଓଡ଼ିଆ ଯବାନ ଇଶ୍ଵର ଚନ୍ଦ୍ର ଦୋରା ଙ୍କ ମର ଶରୀର ରବିବାର ସକାଳ ୧୦ ଘଣ୍ଟା ସମୟରେ କେସିଙ୍ଗା ରୁ ୧୫ କିମି ଦୂର ଅମାଠ ଛକ ରେ ଭାରତୀୟ ସେନା ବାହିନୀ ର ଗାଡ଼ିରେ ପହଞ୍ଚିଛି।ଅମାଠ ଛକ ଠାରୁ ଜନ୍ମଭୂମି ବେଲଖଣ୍ଡି ଆଉ ୨୦ କିମି ଥିବା ବେଳେ ଅମାଠ ଠାରେ ଜିଲ୍ଲା ପ୍ରଶାସନ ଓ କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଜିଲ୍ଲା ପଦାଧିକାରୀ ଙ୍କ ସମେତ ବ୍ଲକ୍ ସମସ୍ତ ଉଚ୍ଚ ପଦାଧିକାରୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଘଟଣାସ୍ଥଳ ରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବେଲଖଣ୍ଡି ପର୍ଯ୍ୟନ୍ତ ଯାଇଥିଲେ।ହଜାର ହଜାର ସଂଖ୍ୟା ରେ ଜିଲ୍ଲା ବାସୀ ସହିଦ ଙ୍କ ଅନ୍ତିମ ଦର୍ଶନ ପାଇ ରାସ୍ତା କଡ଼ରେ ଠିଆ ହୋଇ ସହିଦ ଙ୍କୁ ଅନ୍ତିମ ବିଦାୟ ଦେଇ ଥିଲେ। ପରେ ଜନ୍ମମାଟି ରେ ସହିଦ ଙ୍କ ମରଶରୀର ପହଞ୍ଚିବା ପରେ ଗାଆଁ ସ୍ତବ୍ଧ ହୋଇ ଯାଇଥିଲା ଶୋକାକୁଳ ପରିବାର ବର୍ଗ ଙ୍କ କାନ୍ଦଣା ରେ ସମସ୍ତ ବେଲଖଣ୍ଡି ଅଶ୍ରୁମୟ ହୋଇପଡ଼ିଥିଲା।ଭାରତ ମାତା କି ଜୟ ଓ ସହିଦ ବୀର ଯବାନ ଇଶ୍ଵର ଦୋରା ଆମର ରହେ ଧ୍ବନିରେ ଗାଆଁ କମ୍ପି ଉଠିଥିଲା।ପରେ ଦିବା ୧.୩୦ ମିନିଟ ସମୟରେ ଅମର ସହିଦ ଯବାନ ଙ୍କ ଶେଷକୃତ ସମ୍ପନ୍ନ ହୋଇଥିଲା।ବାପା ଧୀରେନ୍ଦ୍ର ଦୋରା ମୁଖାଗ୍ନି ଦେଇ ଥିବା ବେଳେ ଭାରତୀୟ ସେନା ବାହିନୀ ପକ୍ଷ ରୁ ସହିଦ ଙ୍କୁ ଶେଷ ସଲାମୀ ଦିଆଯାଇ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ