Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା ଯୁଗ୍ମ ଅଭିଯୋଗ ଶୁଣାଣି…କଷ୍ଟେ ମଷ୍ଟେ ୧୯ଟି ଅଭିଯୋଗ ପହଁଚିଲା…..

ଲକ୍ଷ୍ମୀପୁର.୨୧/୧୧ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ଦ୍ୱାରା ହେବାର ଥିଲା କିନ୍ତୁ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଏଡିଏମ୍ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ୧୪ଟି ଗୋଷ୍ଠି ଗତ ଓ ୫ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣୀ କରିଥିଲେ।ପ୍ରତ୍ୟକ ଗ୍ରାମପଂଚାୟତ ମାନଙ୍କ ର ମାଳ ମାଳ ଅଭିଯୋଗ ରହିଥିଲେ ସୁଧା ସୂଚନା ଠିକ ଭାବରେ ପହଞ୍ଚି ନଥିବା କାରଣରୁ ଅନେକ ଅଭିଯୋଗ କାରୀ ପହଞ୍ଚି ପାରିନଥିଲେ, ଯା ଫଳ ରେ ବଡ କଷ୍ଟେ ମଷ୍ଟେ ୧୯ଟି ଅଭିଯୋଗ ପହଞ୍ଚି ପାରିଥିଲା। ବ୍ଲକ ର ୧୩ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ମଧ୍ୟ ରୁ ଦୁଇ ଜଣ ସରପଞ୍ଚ ଓ  ଅଧ୍ୟକ୍ଷା ଉପାଧ୍ୟକ୍ଷା ଙ୍କୁ ମିଶାଇ ୩ଜଣ ସମିତି ସଭ୍ୟା ହିଁ ଉପସ୍ଥିତ ରହିଥିଲେ।ଅଭିଯୋଗ  ଗୁଡିକ ମଧ୍ୟ ରେ ଗୌଡ଼ଗୁଡା ପଞ୍ଚାୟତର ତଳ ମିଟିଙ୍ଗ୍ ଓ କୁଟିଙ୍ଗା ପଞ୍ଚାୟତର ଶାପାମ୍ବା ଓ ରୋହି ଆମ୍ବ ଗ୍ରାମକୁ ବିଜୁଳି ସଂଯୋଗ, ଗୌଡ଼ଗୁଡା ରାସ୍ତାରେ ଥିବା ବିଦେଶୀ ମଦ ଭାଟି  ତୁରନ୍ତ ବନ୍ଦ କରିବା, ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ସହ ଦୁଇ କଡରେ ନାଳିଆ ତିଆରି ପାଇଁ ଅଭିଯୋଗ ହୋଇଥିଲା ବେଳେ କିଛିଟା ଗ୍ରାମରେ ରାସ୍ତା ଓ ପାନୀୟ ଜଳର ସମସ୍ୟା ଥିବା ମଧ୍ୟ ଅଭିଯୋଗ ହୋଇଥିଲା।କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ବେଣୁଧର ଶବର,ପିଏଆଇଟିଡିଏ ସୌମ୍ୟ ସାର୍ଥକ ମିଶ୍ର, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣେଶ୍ୱର କହଁର        ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ,ତହସିଲଦାର ନିର୍ମଳ ଚରଣ ନାୟକ, ଏହି କାର୍ଯ୍ୟକ୍ରମକୁ ଗୋଷ୍ଠି ଉନ୍ନୟନ ଅଧିକାରି ଗୁରେଶ୍ୱର୍ ଭୋଇ ପରିଚାଳନା କରିଥିଲା ବେଳେ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ସ୍ଥାନୀୟ ଏସବିଆଇ ଶାଖା ପରିଚାଳକ ୧୦ ଟଙ୍କିଆ କୋଏନ ବଜାର ରେ  ବ୍ୟବସାୟୀ ଗ୍ରହଣ କରୁନଥିବା ସହ ଅନ୍ୟ କିଛି ଅଭିଯୋଗ କରୁଥିବା ବେଳେ ତାଙ୍କ ଅଭିଯୋଗକୁ ହାଲୁକା ଭାବେ ଗ୍ରହଣ କରି ତାଙ୍କର ଉପରିସ୍ଥ ଅଧିକାରୀ ବାହାରକୁ ଚାଲି ଯିବାକୁ କହିବାରୁ ସେ ରାଗିକି ଯାଇଥିଲି।ଫଳରେ କିଛି ସମୟ ଧରି ବିଶୃଙ୍ଖଳା ଦେଖା ଦେଇଥିଲା କିନ୍ତୁ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇ ନଥିଲା।ପରେ ପୋଲିସ ଆଇଆଇସି ପହଞ୍ଚି ବୁଝା ସୁଝା କରିଥିଲେ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ, ଆଇଆଇସି ସୁଜ୍ଞାନି ସାହୁ,ସବଇନିସପେକ୍ଟର ମାନସ ପ୍ରଧାନଙ୍କ ସମେତ ପୋଲିସ କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ