Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ସହ ବତ୍କୃତା ମାଳl କାର୍ଯ୍ୟକ୍ରମ

ଗୋପାଳପୁର ୨୧/୧୧ ମାଣ୍ଡିଆପଲ୍ଲୀ ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ନିର୍ଦ୍ଦେଶିକା ତଥା ଆଇ.ସି.ଏ.ଆର୍.- ସିଫା ର ଏମେରିଟସ ପ୍ରଫେସର ଏବଂ ପିଲ୍ଲାଇ ଫାଉଣ୍ଡେସନ ଟ୍ରଷ୍ଟ, ଭାରତୀୟ ଅଧ୍ୟାୟ, ମାଙ୍ଗାଲୁରୁ ର ସଦସ୍ୟl ପ୍ରଫେସର କସ୍ତୁରୀ ସାମନ୍ତରାୟ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡିଶା ସରକରଙ୍କର ଫିଶ ଫେଡର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ବଡ଼ପଣ୍ଡା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଶରିଫ ଅହମ୍ମଦ, ପୂର୍ବତନ ହ୍ୟାଚେରୀ ମ୍ୟାନେଜର( ଓପିଡିସି ବ୍ରହ୍ମପୁର), ଶ୍ରୀଯୁକ୍ତ କାମେଶ୍ୱର ରାଓ( କେକେଆର୍ ଆକ୍ୱାଟିକ୍ସ, ହରିପୁର, ଗୋପାଳପୁର) ଶ୍ରୀଯୁକ୍ତ ବିଜୟ କୁମାର ସାହୁ( କନକ ମତ୍ସ୍ୟ ହ୍ୟାଚେରି, ହୁମ୍ମା) ଶ୍ରୀଯୁକ୍ତ ବି. ଶ୍ରୀନିବାସ ( ନ୍ୟୁଟେକ୍ ଫାର୍ମ, ମୟୂରପଡା, ଗଞ୍ଜାମ) ଶ୍ରୀଯୁକ୍ତ ତେଜସ୍ ପ୍ରଧାନ(ଏକ୍ୱାଟିକସ, ଜଟିପଦର, ଗଞ୍ଜାମ) ଶ୍ରୀଯୁକ୍ତ ସୁରସେନ ବେହେରା, (ହୁମାରି ମତ୍ସ୍ୟ ଫାର୍ମ, ଛତ୍ରପୁର, ଗଞ୍ଜାମ) ଶ୍ରୀଯୁକ୍ତ ଜୟ ପ୍ରକାଶ ମହାପାତ୍ର, (ସରସ୍ୱତୀ ଟ୍ରେଡର୍ଶ, ବ୍ରହ୍ମପୁର) ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରମୁଖ ବକ୍ତବ୍ୟ ରେ ଶିଳ୍ପ ଭିତ୍ତିକ ପାଠ୍ୟକ୍ରମ ଉପରେ ଉପସ୍ଥାପିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଉଦ୍ଗାତା ଅଧ୍ୟକ୍ଷତା କରିଥିଲେ। ସହକାରୀ ଅଧ୍ୟାପକ ଡଃ. ମନୋଜ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ପ୍ରାଧ୍ୟାପକ ତଥା ଆଇ.ଡି.ପି – ଏନ୍.ଏ.ଏଚ.ଇ.ପି. ର ନୋଡାଲ ଅଫିସର ଡଃ.ସୁଶାନ୍ତ କୁମାର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।