Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ନରସିଂହ; କହିଲେ ରାଜନୀତି କରିବାକୁ ଯାଇଥିଲେ କୋଟିଆ

ଭୁବନେଶ୍ୱର: ଗତକାଲି ଉତ୍କଳ ଦିବସ କୋଟିଆରେ ପାଳିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ କେଉଁ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ କୋଟିଆ ଯାଇ ଉତ୍କଳ ଦିବସ ପାଳିଥିଲେ ସେନେଇ ଏବେ ପ୍ରଶ୍ନ କରିଛନ୍ତି ବିରୋଧୀ। ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ କୋଟିଆ ଗସ୍ତ ପ୍ରସଙ୍ଗକୁ ନେଇ ତେର୍‌ଛାବାଣ ମାରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି କହିଛନ୍ତି ‌ଯେ କେନ୍ଦ୍ରମନ୍ତ୍ରୀ କୋଟିଆକୁ ରାଜନୀତି କରିବାକୁ କୋଟିଆ ଯାଇଥିଲେ । ସେ କେନ୍ଦ୍ରମନ୍ତ୍ରୀ ହିସାବରେ ସେଠାକୁ ଯାଇ ନଥିଲେ ବୋଲି ନରସିଂହ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମକୁ ଯାଇ ଆନ୍ଧ୍ର କର୍ମଚାରୀଙ୍କୁ ଗୋ ବ୍ୟାକ୍‌ ବୋଲି କହିଥିଲେ।

ଦୁଇ ରାଜ୍ୟ ଭିତରେ ଉପୁଜିଥିବା ସମସ୍ୟାର ସମାଧାନ କରିବା କେନ୍ଦ୍ରର ଦାୟିତ୍ଵ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାର କୋଟିଆ ବିବାଦର ସମାଧାନ କରନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେହିପରି ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଲୋକ ଦେଖାଣିଆ ଭାବେ ଧର୍ମେନ୍ଦ୍ର କୋଟିଆ ଯାଇ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ପ୍ରଦୀପ ମାଝି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ