Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋହିତ ଶର୍ମାଙ୍କ ସହ ଶୀଘ୍ର ବୈଠକ କରିବ ବିସିସିଆଇ, ଅଧିନାୟକଙ୍କ ଦିନିକିଆ ଭବିଷ୍ୟତ ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ ଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ବିସିସିଆଇ ଆଗାମୀ ୪ ବର୍ଷର ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ବିସିସିଆଇ ଦଳର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ ସହିତ ଏକ ବୈଠକ କରିବାକୁ ଯୋଜନା କରୁଛି। ଏହି ସମୟରେ ନିଷ୍ପତ୍ତି ନିଆଯିବ ଯେ ରୋହିତ ଶର୍ମାଙ୍କ ଧଳା ବଲ୍ କ୍ରିକେଟରେ ଭବିଷ୍ୟତ କଣ ରହିବ ଏବଂ ଦଳର ଭବିଷ୍ୟତ ଅଧିନାୟକ କିଏ ହେବ। ଉଲ୍ଲେଖନୀୟ ରୋହିତ ଶର୍ମା ଗତ ଏକ ବର୍ଷ ହେବ ଟି-୨୦ ଅନ୍ତର୍ଜାତୀୟ ଦଳର ଅଂଶ ନାହାନ୍ତି। ରିପୋର୍ଟ ଅନୁଯାୟୀ, ରୋହିତ ଚୟନକର୍ତ୍ତାଙ୍କୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ତାଙ୍କୁ ଟି-୨୦ ଦଳରେ ଚୟନ କରା ନ ଯାଇଥିବାରୁ ସେ କଦାପି ନିରାଶ ନାହାନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ସ୍ପଷ୍ଟ କରି ସାରିଛନ୍ତି ଯେ ତାଙ୍କୁ ଟି-୨୦ ଦଳରେ ସାମିଲ୍ କରା ନ ଗଲେ ତାଙ୍କର କୌଣସି ଆପତ୍ତି ନାହିଁ। ତାଙ୍କ ସ୍ଥାନରେ ଚୟନକର୍ତ୍ତା ନୂତନ ଖେଳାଳିଙ୍କୁ ଚୟନ କରିପାରିବେ। ତେବେ ଦେଖିବା ବାକି ରହିଲା ଯେ, ରୋହିତ ନିଜର ଦିନିକିଆ କ୍ୟାରିୟରକୁ କେମିତି ଆଗକୁ ବଢାଉଛନ୍ତି। ୨୦୨୭ ବିଶ୍ଵକପ୍ ବେଳକୁ ତାଙ୍କକୁ ପାଖାପାଖି ୪୦ ବର୍ଷ ହୋଇ ସାରିଥିବ। ପୁଣି ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଖେଳାଯିବ। ଆସନ୍ତା ଏକ ବର୍ଷରେ ଭାରତ ମାତ୍ର ୬ଟି ଦିନିକିଆ ମ୍ୟାଚ୍ ଖେଳିବ।

ସୂତ୍ର ଅନୁଯାୟୀ, ଆଗାମୀ ସମୟରେ ରୋହିତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଆଗାମୀ ଚକ୍ର ପାଇଁ ନିଜର ଧ୍ୟାନ କେନ୍ଦ୍ରିତ କରିବ। ଏହି ଚକ୍ର ୨୦୨୫ ପର‌୍ୟ୍ୟନ୍ତ ଚାଲିବ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ଯୋଗୁଁ ତାଙ୍କ ବିକଳ୍ପ ଖୋଜିବେ ଚୟନକର୍ତ୍ତା। ଯେଉଁଭଳି ଭାବେ ଟି-୨୦ରେ ଚହଲ ଓ ସାମସନଙ୍କୁ ଅଣଦେଖା କରାଯାଇଛି, ସେହି ପରି ଟେଷ୍ଟ କ୍ରିକେଟରେ ଚେତେବଶ୍ଵର ପୂଜାରାଙ୍କ ପରେ ଆଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ବାହାର କରାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ