ଆଜି ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ଭୁବନେଶ୍ବର: ଆଜି ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୁଟୋ ଓ ଓସାକାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ବିଦେଶ ଗସ୍ତ ହେବ। ମୁଖ୍ୟମନ୍ତ୍ରୀଙ୍କ କିଛି ବରିଷ୍ଠ ଅଧିକାରୀ ମଧ୍ୟ ତାଙ୍କ ସହ ସେଠାକୁ ଯିବେ।

ପୁଞ୍ଜିନିବେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି। ଏ ପ୍ରସଙ୍ଗରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ଆହୁରି ଅଧିକ ଆଲୋଚନା କରିବେ ନବୀ। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିପାରେ। ଜାପାନରେ ନିବେଶକଙ୍କୁ ପେଟ୍ରୋ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଅଧିକ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବା ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଗତବର୍ଷ ଦୁବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ।