Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୧୨ଟି ଷ୍ଟଲ ଖୋଲା ଯାଇଥିବା ବେଳେ ବ୍ଲକର ୧୩ଟି ପଞ୍ଚାୟତରେ ଅନେକ ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ।ଜିଲ୍ଲା ସ୍ତରରୁ ଡ଼କ୍ଟର ଆର୍.ଏନ ମିଶ୍ର, ଡ଼କ୍ଟର ଗୌତମ ତ୍ରିପାଠୀ, ଡ.ଅଶ୍ଵିନୀ ସାହୁ, ଡ.ଏମକେ ସଲାମ,ଡ.ରାଜେଶ୍ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ସମୁଦାୟ ୭୯ ଜଣ ଭିନ୍ନକ୍ଷମ ନିଜ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ନିର୍ବାହୀ ଅଧିକାରୀ,ଅଙ୍ଗନବାଡ଼ି କର୍ମୀ,ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସମେତ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏହି ଶିବିରରେ ଯୋଗ ଦେଇ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।ବିଡ଼ିଓ ଗୁରେଶ୍ୱର ଭୋଇଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଏସଏସଓ ଅଂଶୁମାନ ବେହେରା ପରିଚାଳନା କରିଥିଲେ।ସିଡ଼ିପିଓ ପାର୍ବତୀ ଆଚାର୍ଯ୍ୟ, ସହକରି ଯନ୍ତ୍ରୀ ଏମ.ପବନ କୁମାର୍, ଜୀପିଇଓ ସୁଧୀର ବେହେରା,ବିପିଏମ୍ ପ୍ରକାଶ ଚନ୍ଦ୍ର ସେଠୀ,ପୋଗ୍ରାମ ଆସିଷ୍ଟାଣ୍ଡ ତ୍ରିନାଥ ସାହୁ ଓ ସାରଦା ଦେହୁରୀ ଉପସ୍ଥିତ ରହି ପଞ୍ଜିକରଣ କ୍ଷେତ୍ରରେ ସହଯୋଗ କରିଥିଲେ।