Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟାଙ୍କ ଲୋନ ଶୁଝିନପାରିବା ରୁ ଚିଟଫଣ୍ଡ ସଂସ୍ଥା ଡାଟୁମର ମୁଖ୍ୟାଳୟ ସମେତ ଫ୍ୟାକ୍ଟ୍ରି ସିଲ।

ଗୋପାଳପୁର,୨୨/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷ ସ୍ଥିତ ଗୁଣ୍ଡିଚା ନଗରରେ ଥିବା ଚିଟଫଣ୍ଡ ସଂସ୍ଥା ର ମୁଖ୍ୟାଳୟ ସହ କୋଳଥିଗାଁ ରେ ଏକ ଫ୍ୟାକ୍ଟ୍ରି କୁ ଆଜି ବ୍ୟାଙ୍କ ପକ୍ଷରୁ ପୁଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସିଲ୍ କରାଯାଇଛି।ଗତ ୨୦୧୪ ଜୁନ ମାସରେ ଆନ୍ଧ୍ର ବ୍ୟାଙ୍କ ରୁ ଡାଟୁମ ଚିଟଫଣ୍ଡ ସଂସ୍ଥା ର ନିର୍ଦେଶକ ବ୍ରଜମୋହନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତ୍ରିଧରା ମହାନ୍ତିଙ୍କ ପକ୍ଷରୁ କନିସି ତହସିଲ ଅଧିନସ୍ଥ କୋଳଥିଗାଁ ମୌଜାର ପ୍ଲଟ ନ ୨୧୨୬ ର ୩୬୭ ଡ଼ିସମିଲ ପ୍ରାୟ ୧୮ ଭରଣ ଜମିରେ ଡେଟମ ଅଏଲ ଏଣ୍ଡ କେମିକାଲ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ ନାମରେ ଏକ ତେଲ ଅଏଲ ପ୍ରସୃତ କମ୍ପାନୀ ନିର୍ମାଣ ନିମନ୍ତେ ୩ କୋଟି ଟଙ୍କା ଋଣ ଆଣିଥିଲେ lଏଥି ପାଇଁ ଏହି କନିଷି ଠାରେ ରାଳବ ମୌଜାସ୍ଥିତ ୨୦୦ ଡ଼ିସିମିଲ ଜାଗାରେ ଗଢି ଉଠିଥିବା ଡେଟମ ମୁଖ୍ୟ କାର୍ଯାଳୟର କୁ ବନ୍ଧକ ରଖିଥିଲେ ।୨୦୧୮ ରେ ଚିଟଫଣ୍ଡ କେଳେଙ୍କାରୀ ଘଟିବା ପରେ ଡାଟୁମ କମ୍ପାନୀ ପକ୍ଷରୁ ମଧ୍ୟ ୨୦୦ କୋଟିର ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ତଦନ୍ତ କରାଯାଇ କମ୍ପାନୀ ନିର୍ଦେଶକ ବ୍ରଜମୋହନ ପଟ୍ଟନାୟକ ଓ ତ୍ରିଧାରା ମହାନ୍ତି ଙ୍କୁ ଗିରଫ କରିବା ସହ ବିଭିନ୍ନ ବ୍ୟାଙ୍କ ରେ ଜମାଥିବା ୧୦ କୋଟି ଟଙ୍କା ଫ୍ରିଜ ସହ ଜମିଜମା ଓ କୋଠାବାଡ଼ି ଗୁଡିକୁ ସିଜ କରିଥିଲେ। ଦୀର୍ଘ ୪ ବର୍ଷ କାଳ ଉଭୟ ଜେଲ ରେ ରହିବା ପରେ ଏବେ ମୁକୁଳି ଥିଲେ।ଏହା ମଧ୍ୟରେ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ରଣ ପରିଶୋଧ ନିମନ୍ତେ ବ୍ୟାଙ୍କ ପକ୍ଷରୁ ଶ୍ରୀ ପଟ୍ଟନାୟକ ଓ ଶ୍ରୀମତୀ ମହାନ୍ତିଙ୍କୁ ବାରମ୍ବାର ନୋଟିସ ଜାରି କରିଥିଲେ lକିନ୍ତୁ ଉଭୟ ଙ୍କ ପକ୍ଷରୁ ରଣ ପରିଶୋଧ କରା ଯାଇନଥିଲା।ଉଭୟ ଜାଗାକୁ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିବା ପାଇଁ ଚଳିତ ମାସରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ପାଇବା ପରେ ବୁଧବାର ୟୁନିଅନ ବ୍ୟାଙ୍କର ଅଧିକାରୀ ଓ ମାଜିଷ୍ଟ୍ରେଟ ଭାବେ କନିଷି ଅତିରିକ୍ତ ତହସିଲଦାର ସୋମେଶ ରଣବିଜୁଳି ଙ୍କ ଉପସ୍ଥିତରେ ଡେଟମ ମୁଖ୍ୟ କାର୍ଯ୍ୟଳୟ ଓ କୋଳଥିଗାଁ ଥିବା ଯାଗା କୁ ବ୍ୟାଙ୍କ ନିଜ ଅକ୍ତିଆର ନେଇଛି l ଏହି ଅବସରରେ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଭାସ୍କର ଚନ୍ଦ୍ର ପଣ୍ଡା, କ୍ଷେତ୍ରୀୟ କାର୍ଯ୍ୟଳୟ ମୁଖ୍ୟ ପ୍ରବନ୍ଧକ ଦୁର୍ଗାପ୍ରସାଦ ବେହେରା,ବିରିଷ୍ଟ ପ୍ରବନ୍ଧକ ବ୍ରହ୍ମପୁର ମୁଖ୍ୟଶାଖା ଶିଶିର କୁମାର ମହାପାତ୍ର, ଲୋନ ଅଫିସର ଅଞ୍ଚଳ କାର୍ଯ୍ୟଳୟ ଭୁବନେଶ୍ୱର ବି. କେ ପ୍ରଧାନ, ପୋଲିସ ଅଧିକାରୀ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।ଏହି କ୍ରମରେ ଙ୍କ କୋଠା ପରିସରରେ ଶ୍ରୀ ପଟ୍ଟନାୟକ ଙ୍କ ପକ୍ଷରୁ ଗୋଟିଏ କୋଠରୀରେ ଜଣେ ପରିବାର ରହି ଆସୁଥିବା ବେଳେ ସେମାନଙ୍କୁ ସେଠାରୁ ହଟାଇବା ପାଇଁ ପୁଲିସ ଓ ବ୍ୟାଙ୍କ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡିଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ