Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର କାଶୀନଗର ବ୍ଲକର ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ

ପାରଳାଖେମୁଣ୍ଡି:୨୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର କାଶୀନଗର ବ୍ଲକର ମରୁଡି ପ୍ରଭାବିତ ପଞ୍ଚାୟତ ମାନ ବୁଲି ଦେଖିଲେ ଗଜପତି ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନ . କାଶୀନଗର ଅଂଚଳରେ ପ୍ରାୟ ଛଅ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉ ଥବା କୃଷି ଅଧିକାରୀ ସୂଚନା ଦେଇଛନ୍ତି.ଏହି ବ୍ଲକରେ ପ୍ରାୟ ଦୁଇ ମାସ ହେଲା ବର୍ଷା ଉଭାନ ହୋଇଯାଇ ଥିବା ବେଳେ ଅଂଚଳର ଚାଷ ଓ ଚାଷୀ ମାନଙ୍କ ଅବସ୍ଥା ଭରି ଚିନ୍ତଜନକ ହୋଇ ପଡିଛି. ବ୍ଲକରେ ଆବଶ୍ୟକ ପରିମାଣର ବର୍ଷା ନ ହେବାରୁ ଧାନ ଓ କପା ଚାଷ କରିଥିବା ଜମି ମାନ ଫାଟି ଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ଜଳ ସେଚନ ସୁବିଧା ନ ଥିବାରୁ ସେମାନେ ବର୍ଷାକୁ ହିଁ ଚାହିଁ ବସିଛନ୍ତି. ଚାଷୀ ମାନଙ୍କ ଜମିର ଏହି ଅବସ୍ଥା ଦେଖି ଜିଲ୍ଲପାଳ ମୋହଦୟ ରାଜ୍ୟ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହି ଅଂଚଳ ପରିଦର୍ଶନ କରି ସେମାନଂକୁ କିପରି ସରକାରୀ ସହାୟତା ମିଳି ପାରିବ ସେଥିପାଇଁ ଦୃଷ୍ଟି ଦେବାକୁ ଅବଗତ କରିଥିଲେ. ଜିଲ୍ଲପାଳ ଙ୍କ ପରିଦର୍ଶନର ଠିକ ପରଦିନ ରାଜ୍ୟ ସରକାରୀ କୃଷି ବିଭାଗ ର ଅତିରିକ୍ତ କୃଷି ନିର୍ଦେଶକ ଟଙ୍କଧର ସାହୁ ନିଜ ଟିମ ଧରି କାଶୀନଗର ବ୍ଲକର ବିଭିନ୍ନ ପଂଚାୟତ ବୁଲି ଯେଉଁ ପଂଚାୟତ ମାନଙ୍କ ରେ ବର୍ଷା ଅଭାବ ଯୋଙ୍ଗୁ ମରୁଡି ପରିସ୍ଥିତି ଉପୁଜିଛି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀ ମାନେ ଏହି ଅଂଚଳ ମାନଙ୍କରେ କମ ଦିନରେ ଉତ୍ପାଦନ ହେଉଥିବା ଛୋଟ ଧାନ ଚାଷ କଲେ ଭଲ ହେବ ଏବଂ ପ୍ରତ୍ୟେକ ବର୍ଷ ଅକଟୋବର ମାସରେ ଏକ ଲଘୁଚାପ ଜନିତ ବର୍ଷା ହୁଏ କିନ୍ତୁ ଏ ବର୍ଷ ସେମିତି ହେଲା ନାହିଁ ଯାହା ଫଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇ ଥିବା କହିବା ପରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନ ଙ୍କ ସହ ମରୁଡି ସମ୍ପର୍କରେ ଆଲୋଚନା କରିଥିଲେ. ଏହା ପରେ ସେଠାରୁ କୋଡିଗାଁ ଗ୍ରାମ ଠାରେ ଥିବା ବୃହତ ଉଠା ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ. ଜିଲ୍ଲପାଳ ଓ ଅତିରିକ୍ତ କୃଷି ନିର୍ଦେଶକ ଙ୍କ ମରୁଡି ଅଂଚଳ ପରିଦର୍ଶନ ସମୟରେ ବ୍ଲକ ଅଧ୍ୟକ୍ଷା ଵାଲା ସାଇ ଆମ୍ମା, ସ୍ଥାନୀୟ ବି ଡି ଓ ଅନୁପ ପଣ୍ଡା, ସିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ, କୀଡୀଗାଁ ସରପଞ୍ଚ ଙ୍କ ସହ ସ୍ଥାନୀୟ କୃଷି ଅଧିକାରୀ ଫିରୋଜ ଆରାଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories