Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର କାର୍ଯ୍ୟାଳୟ ଉଦଘାଟନ

ଲକ୍ଷ୍ମୀପୁର ୨୩/୧୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଅବସର ପ୍ରାପ୍ତ କର୍ମଚାରୀ ସଂଘର ଏକ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି।କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଉଦଘାଟନ ପୂର୍ବରୁ କଂଗ୍ରେସ କର୍ମୀ ମାନେ ଢେମସା ନାଚର ତାଳେ ତାଳେ ବସ ଷ୍ଟାଣ୍ଡ ରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।ଅବସର ପ୍ରାପ୍ତ ଶିକ୍ଷକ ବୈଷ୍ଣବ ଖରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଗୁରେଶ୍ୱର ଭୋଇ,ଅବସର ପ୍ରାପ୍ତ ଶିକ୍ଷକ ବଳଭଦ୍ର ଖରା,ମହାଦେବ ଶତପଥୀ, ଏସଡିପିଓ ବିରଞ୍ଚି ନାରାୟଣ ଜଗତ,ଆଇଆଇସି ସୁଜ୍ଞାନି ସାହୁ, ସହକାରୀ ଯନ୍ତ୍ରୀ ଏମ ପବନ କୁମାର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଶିକ୍ଷକ ମାଥ୍ୟୁ ଗରଡା ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ ଅବସର ପ୍ରାପ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହ ଯୋଗ କରିଥିଲେ। ପ୍ରକାଶ ଥାଉକି ଏହି କାର୍ଯ୍ୟାଳୟ ନିର୍ମାଣ ସକାଶେ ସାଂସଦ ତାଙ୍କ ପାଣ୍ଠି ରୁ ୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ