Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏଣିକି ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଉଡିବ ବିମାନ

ଭୁବନେଶ୍ବର: ଏଣିକି ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଉଡିବ ବିମାନ। ଭୁବନେଶ୍ବର ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ସେବା ଜାରି କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଗତ ମାସ ୫ ତାରିଖରେ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଗତକାଲିଠୁ ଆରମ୍ଭ ହୋଇଛି ବିମାନ ସେବା। ସପ୍ତାହକୁ ୨ ଦିନ ଓ ମାସକୁ ୯ ଦିନ ଉଡିବ ବିମାନ।

ଏହାପରେ ଆସନ୍ତା ୫, ୯, ୧୨, ୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ବିମାନ ଚଳାଚଳ କରିବ। ମାସର ପ୍ରତି ବୁଧବାର ଓ ରବିବାର ଏହି ବିମାନ ସେବା ଜାରି ରହିବ। ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ପହଞ୍ଚିବାକୁ ମାତ୍ର ୧ ଘଣ୍ଟା ସମୟ ଲାଗୁଛି। ସେଠାରେ ୨୦ ମିନିଟ୍‌ ରହିବା ପରେ ପୁଣି ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଅଭିମୁଖେ ବାହାରିବ ବିମାନ।