Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୮ ହଜାର ଟପିବ ସୁନା ଦର!

ନୂଆଦିଲ୍ଲୀ: ୬୮ ହଜାର ଟପିପାରେ ସୁନା ଦର। ୨୦୨୩-୨୪ ଆର୍ଥିକ ବର୍ଷରେ ସୁନା ଦାମ୍‌ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏନେଇ ଏଲ୍‌କେପି ସିକ୍ୟୁରିଟିଜ୍ ନାମକ ଏକ ସଂସ୍ଥା ଆକଳନ କରିଛି ।

ମଲ୍‌ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍‌୧୦ ଗ୍ରାମ ପିଛା ୬୦ ହଜାର ପାଖାପାଖି ରହିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍‌ ୨୦୦୦ ଡଲାର ପାଖାପାଖି ରହିଛି। ଯଦି ବିଶ୍ବସ୍ତରରେ ମାନ୍ଦାବସ୍ଥାର ପ୍ରଭାବ ରହିବ ତେବେ ଦାରଦାମ ହ୍ରାସ ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସୁଧ ବଢାଇବା ଜାରି ରଖିବେ ତେବେ ସୁନାର ଚାହିଦା ବୃଦ୍ଧି ପାଇବ।

ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ୨୦୨୨ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ଭିତରେ ସୁନା ଦାମ୍‌ ୫୨ ହଜାର ଟଙ୍କାରୁ ୮ ହଜାର ଟଙ୍କା ବୃଦ୍ଧି ପାଇ ୬୦ ହଜାର ଟଙ୍କାରେ ପହଞ୍ଚିଛି। ଯଦି ଏଭଳି ସ୍ଥିତି ଜାରି ରହେ ତେବେ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଧା ସୁନା ଦର ୬୮ ହଜାର ଅତିକ୍ରମ କରିବା ସମ୍ଭାବନା ରହିଛି।