Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ପଞ୍ଜାରେ ଧରାପଡ଼ିଲେ ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ ମାର୍ଗାରେଟ ପାଣିଗ୍ରାହୀ

କଳାହାଣ୍ଡି, ୨୪/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ କର୍ଲାକୋଟ ଗ୍ରାମପଞ୍ଚାୟତର ଜିଆରଏସ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାପଡିଛି।
ସୂଚନା ମୁତାବକ ଜଣାପଡିଛି ଯେ, ଏମଜିଏନଆର ଇଜିଏସ କାମ ଦେବାନେଇ ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚମାଗିଥିଲେ, ଜିଆରଏସ ମାର୍ଗାରେଟ ପାଣିଗ୍ରାହୀ ଙ୍କ କହିବାନୁଯାୟୀ ଗତକାଲି ତା ୨୩/୧୧/୨୦୨୩ ରିଖ ଦିନ ଅପରାହ୍ନ ସମୟରେ ବାବୁଲି ହରିଜନ ତାଙ୍କ ଘରକୁ ଯାଇ ୧୫୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡିବସିଥିଲା। ଟଙ୍କା ସହିତ ଜିଆରଏସଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ସହିତ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ ନେଇଥିବା ଜଣାପଡିଛି।ଏ ନେଇ କରାପୁଟ ଭିଜିଲାନ୍ସ ପି. ଏସ. କେସ ନମମ୍ବର 36,22/11/2023 ୟୁ. /ଏସ. 7ପି, ସି. Amendment Act. 2018 ଅନୁଯାଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ର ଜଣାପଡୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ