Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲା ମୂଖ୍ୟ ବ୍ଳକ କାର୍ଯ୍ୟାଳୟ ପରିସରରେ ମଦର ଆସର, ବେଫିକର ପ୍ରଶାସନ

କଳାହାଣ୍ଡି -୨୪/୧୧ (ଜଗନ୍ନାଥ ନାଏକ) : ଏପରି ଘଟଣା ଗ୍ରାମାଞ୍ଚଳରେ ନୁହେଁ, ଖୋଦ୍ ଜିଲ୍ଲା ମୂଖ୍ୟ ସଦର ମହକୁମାରେ ଦେଖିବାକୁ ମିଳିଛି, ଯେଉଁଠି ଜିଲ୍ଲା ସ୍ତରୀୟ ପ୍ରଶାସକ ମାନେ ରହୁଛନ୍ତି, ସେପରି ସ୍ଥାନରେ ଏପରି ଘଟଣା ଜିଲ୍ଲା ପ୍ରଶାସନକୁ ଉପହାସ କରୁଛି, ଆଜି ଶୁକ୍ରବାର ଦିନ ଭବାନୀପାଟଣା ବ୍ଳକ କାର୍ଯ୍ୟାଳୟରେ କିଛି ମଦ୍ୟପ ମଦ୍ୟପାନ କରି ଜିପିଓ ଦପ୍ତର ସମ୍ମୁଖରେ ବୋତଲ ଏକପେଗ ମଦ ଓ ଚାକଣା ଛାଡ଼ିଦେଇ ଥିଲେ,ଦିବା ୧୧ ଟା ପର୍ଯ୍ୟନ୍ତ କାହାର ନଜର ପଡିଲା ନାହିଁ,ସଦ୍ୟପେୟ କରି ଚାଲି ଯାଇଥିବା ଅନୁମାନ ହେଉଥିଲା, ଅଫିସ କର୍ମଚାରୀ ନା ଅନ୍ୟକେହି ଏହା ଠଉରାଇବା ମୁସ୍କିଲ ହୋଇପଡିଥିଲା,ଲୋକେ ଦିବା ଗୋଟାଏ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିଚାଲିଥିଲେ, ହେଲେ କେହି ଏହା ନିନ୍ଦନୀୟ କାର୍ଯ୍ୟ ବୋଲି ମଧ୍ୟ କହିଲେ ନାହିଁ,ଟୁପୁରୁ ଟାପୁରୁରେ ଏ ଅଶୋଭନୀୟ କାର୍ଯ୍ୟ ସୀମିତ ରହିଲା, କିଛି ଗଣମାଧ୍ୟମ ପ୍ରତିନିଧି ଏପ୍ରସଙ୍ଗରେ ଖବର ନେବାକୁ ଆଗ୍ରହ ପ୍ରକାଶ କଲେ, ହେଲେ ଯେଉଁ ଜିପିଓ ମହାଶୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସବୁ ସାମଗ୍ରୀ ପଡ଼ିରହିଥିଲା ସେହି ଜିପିଓ ଉତ୍ତର ରଖିବେ କ’ଣ ଲଞ୍ଚ ଟାଇମ କହି କାର୍ଯ୍ୟାଳୟ ଫାଟକ ବନ୍ଦ କରି ସ୍କୁଟି ଗାଡ଼ିରେ ଚଡି ଚାଲିଗଲେ,ଏହା କି ପ୍ରକାର ଜନସେବା ତାହା ବୁଝାପଡୁନଥିବା ବେଳେ ଏହା ଏଠାରେ ନିତିଦିନିଆ ଘଟଣା ବୋଲି ଲୋକେ କୁହାକୁହି ହେଉଥିଲେ, ଯଦି ଜିଲ୍ଲାର ସଦରମହକୁମା ଅବସ୍ଥା ଏପରି ତେବେ ଆଉ କାହାକୁ କହିବା, ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେକି ଭଗବାନ ଭରସାରେ ଛାଡିଦେବେ ତାହା ଆଗାମୀ ଦିନରେ ଜଣା ପଡିବ,