Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲଟିଲା ଗୁଡ ଗାଡ଼ି,ବର୍ତ୍ତି ଗଲେ ଚାଳକ

ଲକ୍ଷ୍ମୀପୁର ୨୪।୧୧ ଲକ୍ଷ୍ମୀପୁର ଥାନା କୁଟି କୁଟୀଙ୍ଗା ଗାଁ ନିକଟସ୍ଥ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଓଡି୦୨ସିଜି-୬୮୬୬ ନମ୍ୱର୍ ଥିବା ଏକ ଗୁଡ ବୋଝେଇ ଟ୍ରକ  କଲଭର୍ଟ କୁ ଧକ୍କା ଦେଇ ଓଲଟି ପଡ଼ିଥିବା ବେଳେ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ।ଗାଡ଼ିରେ ୨୫ ଟନ୍ ଗୁଡ ଥିବା ବେଳେ ତାହା ନବରଙ୍ଗପୁର ରୁ ବ୍ରହ୍ମପୁର ଯାଉଥିଲା ବୋଲି ମାଲିକ ପ୍ରକାଶ କରିଛି।ଗାଡି ଓଲଟିବା ପରେ ଡ୍ରାଇଭର କୁଆଡେ ସେଥିରୁ   ୫କ୍ଵିଣ୍ଟାଲ ଗୁଡ  ବିକ୍ରୟ କରିଦେଇ ଥିବା ମାଲିକ ପ୍ରକାଶ କରିଥିଲେ ।ଏପରିକି ଡ୍ରାଇଭର ବିକ୍ରୟ କରିଥିବା କଥା ମାଲିକ କୁ  ଡ୍ରାଇଭର ଜଣକ କହିଥିବା ଗଣମାଧ୍ୟମ କୁ ମାଲିକ କହିଥିଲେ।ଖବର ଲେଖା ହେବା ସୁଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ଅନ୍ୟ ଏକ ଗାଡ଼ିରେ ବଳକା ଗୁଡ କୁ ପୁଣି ବ୍ରହ୍ମପୁର କୁ ନିଆଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ