Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୮ତମ ଜନ୍ମଜୟନ୍ତୀ ପାଳିତ,ପାଦୁକା ରଥ କୁ ଭବ୍ୟ ସ୍ୱାଗତ।

ଲକ୍ଷ୍ମୀପୁର ୨୪.୧୧…..ଲକ୍ଷ୍ମୀପୁର ପୁରୁଣା ମେଡିକାଲ୍ ପରିସର ରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରାଙ୍ଗଣ ରେ ସତ୍ୟସାଇ ବାବାଙ୍କ ର ୯୮ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳୁ ସକାଳୁ ସୁପ୍ରଭାତମ୍, ନଗରକିର୍ତନ ,ସାଇଗାୟତ୍ରୀ ଅଷ୍ଟୋତରି ,ବେଦପାଠ,ଅଭିଷେକ  କରାଯିବା ପରେ ସଂଧ୍ୟାରେ ୯୮ ଟି ଦ୍ବିପ ଦାନ ସହ ସଂଧ୍ୟା ଆଳତି ଭଜନ କିର୍ତନ କରାଯାଇ କେକ୍ କଟାଯାଇ ବାବାଙ୍କର ଜନ୍ମଦିନ ପାଳନ କରାଯାଇଥିଲ। ସେବା ସମିତି ତରଫରୁ ବାଲ୍ ବିକାଶ ଶିଶୁ ମାନଙ୍କୁ ଶିକ୍ଷା ଉପକରଣ ପ୍ରଦାନ କରାଯାଇ
ସତ୍ୟସାଇ ବାବାଙ୍କ ଭାବଧାରା ଉପରେ ସଦାଲୋଚନା କରାଯିବା ପରେ ପ୍ରସାଦ ସେବନ କରାଯାଇଥିଲା।
ସତ୍ୟସାଇ ସେବା ଭଜନମଣ୍ଡଳି ଲକ୍ଷ୍ମୀପୁର ର ଶିବଶଙ୍କର ସାମଲ,ନାରାୟଣ ମାଝି , ଭି ନାଗାରାଜୁ,ମାଧବ କର୍କରା ,ହରେକୃଷ୍ନ ସାହୁ,ହୃଶିକେଷ ସାହୁ,ଦେବେନ୍ଦ୍ର ନାଥ ସାହୁ,ସୁକାନ୍ତି ସାହୁ,ଏନଭି ସାଇ ସାଇ ଗୋପାଲ୍,ଏକଲବ୍ୟ ଚୌଧୁରି,ପ୍ରଫୁଲ ବେହେରା,ପ୍ରସାଦ ଗୁରୁ ,କଳ୍ପନା ପ୍ରଧାନ,ତପନ ସାହୁ ପ୍ରମୁଖ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।
ଡାକ୍ତର ଦେବେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟାରେ ଅନୁଷ୍ଟିତ ହୋଇଥିବା ଏହି ସାଇ ମନ୍ଦିର ରେ ଆଜି ସମ୍ପୁର୍ଣ ରୁପେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟିହୋଇଥିଲା।ସେହିପରି ଓଡିଶା ଭ୍ରମଣ ରେ ବାହାରିଥିବା ପାଦୁକା ରଥ କୁ  ଲକ୍ଷ୍ମୀପୂର ରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ରେଳବାଇ ଛକ ଠାରୁ ମହିଳା ମାନେ କଳସ ଯାତ୍ରା ସହ ସଂକୀର୍ତନ ମାଧ୍ୟମରେ ନୂଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ନଗର କୀର୍ତନ କରାଯିବା ପରେ ସେଠାରୁ ମନ୍ଦିର କୁ ଅଣାଯାଇଥିଲା, ମନ୍ଦିରରେ ପୂଜାର୍ଚନା ସହ ସନ୍ଧ୍ୟା ଆଳତି କରାଯିବା ପରେ ସକାଳେ ଓ ସନ୍ଧ୍ୟା ରେ ଭକ୍ତ ଙ୍କ ସକାଶେ ଅନ୍ନ ଭୋଗ ର ବ୍ୟବସ୍ତା କରାଯାଇଥିଲା। ସଂଧ୍ୟା ସମୟରେ ଡ଼. ଦେବେଶ ବେହେରା ଉପସ୍ଥିତ ଭକ୍ତ ଓ ବାଲ ବିକାଶ ଛାତ୍ର ଛାତ୍ରୀ ଙ୍କୁ ପ୍ରବଚନ ପ୍ରଦାନ କରିବା ସହ ସାଇବାବା ଙ୍କ ଉପରେ ସୂଚନା ପ୍ରଦାନ କରିଥିଲେ।