Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ ଘେରାଉ।

ଗୋପାଳପୁର,୨୪/୧୧ ରାଜ୍ୟ ବିଜେପି ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅବସରରେ ଆଜି ଗୋପାଳପୁର ବିଜେପି ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ ଘେରାଉ ଅନୁଷ୍ଠିତ ହୋଇଥିଲା। ଶହ ଶହ ବିଜେପି ନେତା ଓ କର୍ମୀ ଙ୍କ ସମାରୋହରେ ଗଞ୍ଜାମ ଜିଲ୍ଲା ପୂର୍ବତନ ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଏକ ବିଶାଳ ରାଲି କନିସି ବାଲାଜୀ ବିଦ୍ୟାପୀଠ ଠାରୁ ବାହାରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ରେ ଚାଲିଥିବା ଦୁର୍ନୀତି, ପିସି କାରବାର, ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ବିଡ଼ିଓ ଅନଶୁଂମାନ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୧୮ମାସ ପରେ ମଧ୍ୟ ଦ୍ବିତୀୟ ସମିତି ବୈଠକ କରି ନପାରିବା।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନ ପ୍ରକ୍ରିୟା ରେ ଉଲଂଘନ କରି ଅଯୋଗ୍ୟ ହିତାଧୀକାରୀ ଙ୍କୁ ଦିଆ ଯାଇଥିବା ବେଳେ ଯୋଗ୍ୟ ହିତାଧୀକାରୀଙ୍କୁ ନଦେଇ କେନ୍ଦ୍ର ସରକାର ଙ୍କୁ ଶ୍ରେୟ ଯିବା ଭୟରେ ଫେରାଇ ଦିଆ ଯାଉଥିବା ଅଭିଯୋଗ କରାଯାଇଛି। ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଡ଼ ସୁବାଷ ସାହୁ , ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି , ପୂର୍ବତନ ଜିଲ୍ଲା ପରିସଦ ସଭ୍ୟ ଵିନୋଦଚନ୍ଦ୍ର ମିଶ୍ର , ରାଜ୍ୟ କୂଷମୋର୍ଚା ସମ୍ପାଦକ ରାଜେଶ ସାହୁ , ରଜତ ପଣ୍ଡିତ , ମଣ୍ଡଳ ସଭାପତି ସନତ ନାୟକ ,ଏବଂପୂର୍ବତନ ଜିଲ୍ଲା ପରିଷଦସଭ୍ୟ ଏଲ.ମୋହନ ଦାସ, ଯୁବନେତା ସୁନିଲ ପାତ୍ର ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଶଡଙ୍ଗି, ସୁଜତା ନାୟକ ମୋନିକା ପ୍ରହରାଜ , ବାଳକୃଷ୍ଣ ସାମନ୍ତରା , ଜଗମୋହନ ପାତ୍ର , ଜି କୁମା , ସୁସାନ୍ତ ଯେନା , ଏନ ଭାଗିରଥି ରେଡି , କାଳିଆ ଵେହେରା ,ପଞ୍ଚୁ ଵେହେରା , ପ୍ରମୁଖ ଉପସ୍ଥିତ ଥିଲେ ।