Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ଖର୍ଚରେ ଜଳାଶୟ କୋଡି କଲେ ପ୍ରତିଷ୍ଠା ଉତ୍ସବ

ସମ୍ବଲପୁର (ପଡ଼ିଆବାହାଲ)ସରକାରଙ୍କ ବିଭିନ୍ନ ଯୋଜନା ଥାଇବି ତାକୁ ଅପେକ୍ଷା ନକରି ଜଣେ ବୟୋବୃଦ୍ଧ ଦମ୍ପତି ନିଜ ଖର୍ଚରେ ବନ୍ଦ କୋଡି ଚର୍ଚାକୁ ଆସିଛନ୍ତି।ବାହାମ ପଞ୍ଚାୟତ ଝରିଆପଡା ଠାରେ ଏହା ଦେଖିବାକୁ ମିଳିଛି।ଆଜି ପଣ୍ଡିତ ଅମୁଲ୍ୟ କୁମାର ବଡ଼ପଣ୍ଡାଙ୍କ ପୌରହିତ୍ୟରେ ଦୂତିଆ ଷଣ୍ଢ. ଓ. ପତ୍ନୀ ବିମଳା ଷଣ୍ଢ ( ବଦବୁଇ )ଙ୍କ କର୍ତ୍ତୁତ୍ୱରେ ଝରିଆପଡା ଠାରେ ଏହି ଜଳାଶୟ ପ୍ରତିଷ୍ଠା ହୋଇଛି l ଷଣ୍ଢଙ୍କ ଜଳାଶୟ ପଡାବାସୀଙ୍କ ତଥା ଗୃହ ପାଳିତ ପଶୁ ମାନଙ୍କ ପାଇଁ ବହୁ ଉପଯୋଗୀ ହେଵ l ନିଃସନ୍ତାନ ଥିବା ଷଣ୍ଢ ଦମ୍ପତି ନିଜ ପୁତୁରାଙ୍କ ପରିବାର ସହ ପଡା ବାସୀଙ୍କ ଅତି ଆପଣାର ହୋଇ ଚାଲୁଛନ୍ତି l ଲୋକଙ୍କ ସୁବିଧା ଅସୁବିଧାରେ ଆଗଭର ହୋଇ ଥାଆନ୍ତି l ପଡ଼ାରେ ଜଳ କଷ୍ଟକୁ ନଜରରେ ରଖି ନିଜ ଜମିରେ ଏକ ଜଳାଶୟ କରି ଆଜି ପ୍ରତିଷ୍ଠା କରି ଆତ୍ମ ସନ୍ତୋଷ ଲାଭ କରିଥିବା ସେ କହିଛନ୍ତି l ଏ ଅବସରରେ ସଦାପାଲି ଓ ପଡ଼ାର ଭାଗବତ ଦଳ ଭଜନ ସଂକୀର୍ତ୍ତନ କରି ଉତ୍ସବ ମୁଖର କରି ରଖିଥିଲେ l ପଞ୍ଚଶତାଧିକ ଭକ୍ତ ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ।ଗାଁ ଓ ପରିଚିତ ଲୋକେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ