ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ ବଲାଙ୍ଗୀର ଡାକ ମଣ୍ଡଳ ପକ୍ଷରୁ ମଣ୍ଡଳ ସ୍ତରୀୟ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମଣ୍ଡଳ ଡାକ ମୁଖ୍ୟ ତାପସ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଜିଲ୍ଲା ଡାକ ନିରୀକ୍ଷକ ବାଳମୁକୁନ୍ଦ ବାରିକ , ଡାକ ଜୀବନ ବୀମା ସୋନପୁର ଡ଼ି ଇ ଓ ଅଭିଳାଷ ପଣ୍ଡା , ସଞ୍ଜୟ କୁମାର ମିଶ୍ର , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , ଶିକ୍ଷ୍ୟାବିତ ଝସକେତନ ପଧାନ , ରବୀନ୍ଦ୍ରନାଥ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜଗବନ୍ଧୁ ବେରିହା ପମୁଖ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ l ଡାକ ବିଭାଗ ଦ୍ୱାରା ବିଭିନ୍ନ ପ୍ରକାର ଯୋଜନା , ବୀମା , ଭାରତୀୟ ପୋଷ୍ଟ ପେମେଂଟ ବ୍ୟାଙ୍କ ବିଷୟରେ ସଚେତନତା କରାଯାଇଥିଲା l ଏଥିରେ ଅଞ୍ଚଳ ର ଡାକ କର୍ମଚାରୀ , ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ଗୋଷ୍ଠୀ ସମ୍ବଳ କର୍ମୀ , କଲେଜ ଛାତ୍ର ଛାତ୍ରୀ , ସ୍ବେଛାସେବୀ ସଂଗଠନ ସିୟା ର ସଦସ୍ୟ ସହିତ ଅନେକ ହିତାଧିକାରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଖଣ୍ଡହତା ଶାଖା ଡାକପାଳ ଶରତ ଭୋଇ ପରିଚାଳନା କରିଥିଲେ l
ଖଣ୍ଡହତା ରେ ମଣ୍ଡଳ ସ୍ତରୀୟ ଡାକ ମେଳା ଅନୁଷ୍ଠିତ
