Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଣିଲା ନାହିଁ ପ୍ରଶାସନ..ଚାନ୍ଦା ଆଦାୟ କରି ବିଦ୍ୟୁତ ଖୁଣ୍ଟ ରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ….

ଲକ୍ଷ୍ମୀପୁର ୨୫/୧୧  କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ଗ୍ରାମପଂଚାୟତ ର ବାଘମାରି ଗାଁ କୁ ଯିବାକୁ ହେଲେ ଗାଁ ନିକଟରେ ଏକ ବିରାଟ ନଦୀ ପାର ହେବାକୁ ପଡିଥାଏ ।ଦୀର୍ଘ ବର୍ଷ ହେଲା ଏକ ପୋଲ ନିର୍ମାଣ ସକାଶେ ଚାତକପକ୍ଷୀ ପରି ଗ୍ରାମବାସୀ ଅନାଇ ବସିଥିଲା ବେଳେ ପ୍ରଶାସନ ଓ ରାଜନେତା ଙ୍କୁ ବାରମ୍ବାର ଗୁହାରି କରିଥିଲେ, ହେଲେ କେହି ହେଲେ କର୍ଣ୍ଣପାତ କଲେ ନାହିଁ ।ଶେଷରେ ଗ୍ରାମର ଯୁବକ ତପନ ମାଣ୍ଡୀଙ୍ଗା ଗ୍ରାମବାସୀ ଙ୍କ ସହଯୋଗ ରେ ଚାନ୍ଦା ଆଦାୟ କରି ଅବ୍ୟବହୃତ ଭଙ୍ଗା ବିଦ୍ୟୁତ ପୋଲୋ ଗୁଡିକ ସଂଗ୍ରହ କରି ଏକ ଅସ୍ଥାୟୀ ପୋଲୋ ନିର୍ମାଣ କରିଛନ୍ତି ।ଗ୍ରାମବାସୀ ଙ୍କୁ ଡାକ୍ତରଖାନା ଠାରୁ ଆରମ୍ଭ କରି ,ସାପ୍ତାହିକି ହାଟ ,ସରକାରୀ କାର୍ଯ୍ୟ,ସ୍କୁଲ, କଲେଜ ଯିବା ଭଳି ପ୍ରତ୍ୟେକ କାମରେ ନଦୀ ଭିତରେ ପଶିକି ଯିବାକୁ ପଡୁଥିଲା।ରୋଗୀଙ୍କୁ ନେବାକୁ ହେଲେ ନଦୀ ଭିତରେ ଭାର ରେ ବୋହୀକି ସେଠାରୁ ଏକ କିଲୋମିଟର ନେବା ପରେ ସେଠାରେ ଅପେକ୍ଷା ଆମ୍ବୁଲାନ୍ସ ରେ ଲକ୍ଷ୍ମୀପୂର ନେବାକୁ ପଡୁଥିଲା ।ବର୍ଷ ସାରା ଯାହା ଯେମିତି ଗ୍ରାମବାସୀ ଚାଲି ଯାଆନ୍ତି ହେଲେ ବର୍ଷା ଦିନେ ତାଙ୍କ ସମସ୍ୟା ଦୁଇ ଗୁଣିତ ହେଇଯାଏ।ଭରା ନଦୀ ଭିତରେ ପସିକି ଜିବା ମରଣ କୁ ଡାକିବା ସହ ସମାନ।ବାଧ୍ୟ ହୋଇ ଗ୍ରାମବାସୀ ବର୍ଷା ଦିନ ଏକ ପ୍ରକାର ଜଳବନ୍ଦୀ ଜୀବନ ରେ ରହି ଯାଉଛନ୍ତି ।ଉପରକ୍ତ ସମସ୍ୟା ଗୁଡିକ ମଧ୍ୟରୁ ବର୍ତ୍ତମାନ କିଛି ମାତ୍ରା ରେ ଏହି ବିଦ୍ୟୁତ ଖୁଣ୍ଟ ପୋଲୋ ଯୋଗୁଁ ଗ୍ରାମବାସୀ କିଛି ମାତ୍ରା ରେ ସହାୟକ ପାଇପାରିବେ ବୋଲି ତପନ ମାଣ୍ତିଙ୍ଗା ପ୍ରକାଶ କରିଛନ୍ତି ।ବର୍ତ୍ତମାନ ଉକ୍ତ ପୋଲ ଉପର ଦେଇ ମୋଟରସାଇକେଲ ସହ, ସାଧାରଣ ଲୋକ  ଚାଲି ଚାଲି ଯାଇପାରୁ ଛନ୍ତି।ଖରା ଓ ଶୀତ ଦିନ ନଦୀ ର ପାଣି ଭିତରେ ଦେଇ ଆଉ ଯିବାକୁ ପଡିବନି, ବର୍ଷା ଦିନ ଆସିଲେ ନଦୀ ର ସ୍ରୋତ ଉପରେ ନିର୍ଭର କରି ଯିବାକୁ ପଡିବ ବୋଲି ସେ କହି ଛନ୍ତି । ପ୍ରଶାସନ ଓ ରାଜନେତା କେହି ଦୃଷ୍ଟି ଦେଉ ନଥିବା ବେଳେ ଯୁବକ ଙ୍କ ଏପରି ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।ଆସନ୍ତା ନିର୍ବାଚନ ରେ ଭୋଟ ମାଗିବାକୁ ଆସିଲେ  ରାଜନେତା ଙ୍କୁ ପାନେ ଦେବୁ ବୋଲି ଗ୍ରାମବାସୀ କହିଛନ୍ତି।ପାହାଡିଆ ନଦୀ ଉପରେ ଏହି ଅସ୍ଥାୟୀ ପୋଲୋ ଚିରସ୍ଥାୟୀ ନଥିବା ବେଳେ କୌଣସି ଅଘଟଣ ପୂର୍ବରୁ ପ୍ରଶାସନ ତରଫରୁ ନୂତନ ପୋଲ ନିର୍ମାଣ ଏକ ପ୍ରକାର ଜରୁରୀ ଅଟେ।