ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ଅନୁଦାନ ରାଶି ପାଇଥିବାରୁ ଓ ସେହି କାର୍ଯ୍ୟର ଅନୁଦାନ ଫଳକ ଉନ୍ମୋଚିତ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇବା ଉଦ୍ଧେଶ୍ୟରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା , ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣ ଉପସ୍ଥିତ ଥିଲେ। ପ୍ରଥମେ ଅତିଥିଗଣ ଏବଂ ସ୍ଥାନୀୟ ପଦାଧିକାରୀ ମାନଙ୍କ ଉପସ୍ଥିତି ରେ ଅନୁବାଦ ଫଳକ ଗୁଡ଼ିକ ଉନ୍ମୋଚିତ କରାଯାଇଥିଲା । ଦୁର୍ଜନତୈଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଶନ ଶକ୍ତି କାଫେ ନିର୍ମାଣ ପାଇଁ ୭ ଲକ୍ଷ ୫୦ ହଜାର ଟଙ୍କା , ମାଲିଦାଦାର ଠାରେ ବହୁମୁଖି ସୁବିଧା କେନ୍ଦ୍ର ପାଇଁ ୩ ଲକ୍ଷ ଟଙ୍କା , ଦୁର୍ଜନତୈଲା ବ୍ୟାଙ୍କ ସୁବିଧା ପାଇଁ ୮ଲକ୍ଷ ଟଙ୍କା , ଦାଦାରପାଲି ଖେଳପଡିଆ ଖୋଲା ମଣ୍ଡପ ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା, ନାରାୟଣୀ ମନ୍ଦିର ମରାମତି ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଏବଂ ଗୈାଡଗାଡ ଶିବମନ୍ଦିର ପାଇଁ ୩ ଲକ୍ଷ ଟଙ୍କା ଅନୁଦାନ ରାଶିର ଫଳକ ଉନ୍ମୋଚିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍ବଛ ଶାସନ ବିଷୟରେ ଉପାଧ୍ୟକ୍ଷ ଶ୍ରୀ ଲୁହା ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଗ୍ରାମରେ ଅନୁଦାନ ରାଶି ଦିଆଯାଇ ଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି।
ଆମ ଓଡ଼ିଶା ନବୀନ ଓଡିଶା , ଯୋଜନାର ଅନୁଦାନ ଫଳକ ଉନ୍ମୋଚିତ
